Home କ୍ରୀଡା BCCI ବିଗ୍ ମିଶନ ଟାର୍ଗେଟରେ ୨୦ କ୍ରିକେଟର

BCCI ବିଗ୍ ମିଶନ ଟାର୍ଗେଟରେ ୨୦ କ୍ରିକେଟର

by interviewtimes
89 views
0
(0)

୨୦୨୩ ବିଶ୍ୱକପ୍ ପାଇଁ ବିସିସିଆଇ ପ୍ରସ୍ତୁତ କରିଛି ୨୦ ଜଣିଆ ଖେଳାଳିଙ୍କ ସର୍ଟଲିଷ୍ଟ । ଫିଟନେସ୍‌କୁ ଦୃଷ୍ଟିରେ ରଖି ଖେଳାଳିଙ୍କ ନାଁ ପ୍ରସ୍ତୁତ କରାଯାଇଥିବା େବେଳ ନାଁ କିନ୍ତୁ ଘୋଷଣା କରାଯାଇ ନାହିଁ ।

ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ବିଶ୍ୱକପ୍ ପାଇଁ ବିସିସିଆଇ ୨୦ ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି । ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମ୍‌ରେ ଖେଳିବାର ସୁଯୋଗ ଦିଆଯିବ ।

ଭଲ ଖେଳିଲେ ଅଗ୍ରାଧିକାର ଦିଆଯିବ । ଆହତ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ଖେଳାଳିମାନଙ୍କୁ ଆସନ୍ତା ଆଇପିଏଲ୍ ଖେଳିବାରୁ ଦୂରେଇ ରହିବାକୁ କୁହାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୨୦୨୨ରେ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଖେଳି ପରାଜୟ ସାମ୍ନା କରିଥିବା ଭାରତୀୟ ଟିମ୍‌ର ପରଫରମାନ୍ସକୁ ସମୀକ୍ଷା ବେଳେ ନିଆଯାଇଥିଲା ।

ଶେଷରେ ବିସିସିଆଇ ପକ୍ଷରୁ ୩ଟି ପ୍ରମୁଖ ସୁପାରିଶ କରାଯାଇଛି ।
ପ୍ରଥମତଃ ଖେଳାଳିମାନେ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିବା ପରେ ଜାତୀୟ ଟିମ୍‌ରେ ସ୍ଥାନ ପାଇବା, ଦ୍ୱିତୀୟତଃ ଚୟନ ପର୍ଯ୍ୟାୟରେ ୟୋ ୟୋ ଟେଷ୍ଟ ବାଧ୍ୟତାମୂଳକ କରିବା, ତୃତୀୟରେ ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଟୁର ପୋଗ୍ରାମ ଓ ୨୦୨୩ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଆପିଏଲ୍‌ରେ ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରିବା ଉପରେ ନିୟନ୍ତ୍ରଣ ଜାରି କରିବା ।

ଏହି ବୈଠକରେ କୋଚ୍ ରହୁଲ ଦ୍ରାବିଡ୍‌, କ୍ୟାପଟେନ ରୋହିତ ଶର୍ମା, ଏନ୍‌ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ, ପୂର୍ବତନ ଚୟନକର୍ତ୍ତା ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଭିସି ଜରିଆରେ ବୈଠକରେ ଯୋଗ ଦେଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

You may also like

Leave a Comment