ଆଜି ଉଚ୍ଚସ୍ତରୀୟ ଅଧିକାରୀ ମାନେ ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ ଆସି ଏହି କୋଠାର ଫିଟନେସ ଯାଞ୍ଚ କରିବା ସହ ରିପୋର୍ଟ ପ୍ରସ୍ତୁତ କରିବେ । ନିଆଁ ଲିଭିବା ପରେ ଏହି କୋଠାର ଫିଟନେସକୁ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପଟରେ କୋଠାର ମାଳିକାନାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିରର ମାଲିକାନାରେ ଥିବା ଜମି ଉପରେ ଏହା ଗଢି ଉଠିଥିବା ସୁଚନା ରହିଛି ।ତେଣୁ ପୁରାତନ ଏହି କୋଠାଟି ଆଗରୁ ଫିଟନେସ, ମାଲିକାନା ଓ ଅନୁମତିକୁ ନେଇ ବିବାଦରେ ରହିଥିବା ବେଳେ ଏବେ ସମ୍ପୂର୍ଣ ଅସୁରକ୍ଷିତ ଥିବା ମନେ ହେଉଛି ।
ସେପଟେ ମୋଟ ୨୫ ଡ଼ିସିମିଲ ଜାଗାରୁ ୨୧ ଡିସିମିଲି ଜମି ଜଗନ୍ନାଥଙ୍କର । ୩୬ ଘଣ୍ଟା ଯାଏଁ ଜଳିଥିବା ନିଆଁର ପ୍ରଭାବରେ କୋଠାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି ।
ଭେଂଟିଲେସନ, ପାର୍କିଂ, ଅଗ୍ନି ନିରାପତା ନଥିବା ଏହି କୋଠାରେ ନିଆଁର ଝାସ ଦୀର୍ଘ ସମୟ ଯାଏଁ ରହିଥିବାରୁ କୋଠାର ବିଭିନ୍ନ କୋଠରୀ ଓ ଚଟାଣରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।