ନୂଆ ସମନ ଜାରି,ରାହୁଲ ଗାନ୍ଧୀଙ୍କୁ ପୁଣି ସୋମବାର ହେବ ପଚରାଉଚରା

0
(0)

ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପଚରାଉଚରା ବୁଧବାର ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ । ରାହୁଲ ଗାନ୍ଧୀଙ୍କୁ ଇଡିର ଅଧିକାରୀମାନେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଘଣ୍ଟା ଧରି ପଚାରଉଚରା କରିଥିବା ବେଳେ ସନ୍ତୋଷ ଲାଭ କରିପାରି ନଥିବାରୁ ସୋମବାର ପୁଣି ଥରେ ଡାକିଛନ୍ତି ।

ରାହୁଲ ଗାନ୍ଧୀ ପ୍ରଥମ ୨ ଦିନରେ ୨୫ରୁ ୩୦ ପ୍ରଶ୍ନ ପଚାରାଯାଇଥିଲା । ଏଜେନ୍ସି କହିବା ଅନୁସାରେ ରାହୁଲ ଠିକ୍‌ଭାବେ ଏହାର ଉତ୍ତର ଦେଇଥିଲେ । ରାହୁଲ ଚାହୁଁଥିଲେ କି ମଙ୍ଗଳବାର ପଚରାଉଚରା ଶେଷ କରାଯାଉ । କିନ୍ତୁ ଇଡି ପାଖରେ ଏବେବି ଆହୁରି ପ୍ରଶ୍ନ ରହିଛି, ଯେଉଁଥି ପାଇଁ ପୁଣି ଡାକିଛି ।

ଇଡି ସୋମବାର ରାହୁଲ ଗାନ୍ଧୀଙ୍କୁ ପାଖାପାଖି ସାଢ଼େ ୮ ଘଣ୍ଟା ପଚରାଉଚରା କରିଥିଲା । ମଙ୍ଗଳବାର ଦିନ ୧୦ ଘଣ୍ଟା ଯାଏଁ ପଚାରିଥିବା ବେଳେ ବୁଧବାର ଦିନ ମଧ୍ୟ ୯ ଘଣ୍ଟା ଯାଏଁ ପ୍ରଶ୍ନ-ଉତ୍ତର ଜାରି ଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment