ରାଜ୍ୟକୁ ଷ୍ଟାର୍ଟଅପ୍ର ପ୍ରମୁଖ ହବ୍ ଭାବେ ଗଢ଼ି ତୋଳିବା ଲାଗି ରାଜ୍ୟ ସରକାର ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଷ୍ଟାର୍ଟଅପ୍ ର୍ୟାଙ୍କିଙ୍ଗ୍ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ର୍ୟାଙ୍କ ହାସଲ କରିଛି । ଗତ ୫ ବର୍ଷ ହେବ ଷ୍ଟାର୍ଟଅପ୍ ଇନକ୍ୟୁବେଟରମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହିତ କରିଛନ୍ତି । ଷ୍ଟାର୍ଟଅପ୍ ଯାତ୍ରା ଭଳି ଏକ ବ୍ୟାପକ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଥିବା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପ୍ରଥମ ଦିବସ ପ୍ଲିନାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଦେବ କହିଛନ୍ତି, ରାଜ୍ୟର ଷ୍ଟାର୍ଟଅପ୍ ଅଭିବୃଦ୍ଧି ଯାତ୍ରା ଜାରି ରହିଛି । ଏହି ଧାରାକୁ ତ୍ୱରାନ୍ୱିତକ କରିବା ଲକ୍ଷ୍ୟରେ ୫ଟି ବୁଝାମଣାପତ୍ର ଏବଂଂ ୭ଟି ଆଗ୍ରହ ପତ୍ର ଜାରି କରାଯାଇଛି । ହେଡ୍ସ ଷ୍ଟାର୍ଟ, ଏସ୍ବିଆଇ, ଫ୍ଲୁଇଡ ଭେଞ୍ଚର୍ସ, ନ୍ୟାସନାଲ ଲ ୟୁନିଭର୍ସିଟି ଏବଂ ୭ ଆଞ୍ଜେଲ ନିବେଶକ ସଂସ୍ଥା ସହ ମିଳିତ ହୋଇ ସରକାର କାମ କରିବେ ।
ଏହି ଫଣ୍ଡ୍ଗୁଡିକ ମଧ୍ୟରେ ଅ ଫଣ୍ଡ, ୟୁନିକର୍ଣ୍ଣ ଇଣ୍ଡିଆ ଭେଞ୍ଚର୍ସ, ଟ୍ରିଲିୟନ କ୍ୟାପିଟାଲ ଭେଞ୍ଚର୍ସ, ଗୁଜରାଟ ଭେଞ୍ଚର୍ସ ଭଳି କମ୍ପାନିରହିଛନ୍ତି । ଏମାନେ ରାଜ୍ୟର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ୯୫୦ କୋଟି ଟଙ୍କା ଆଗାମୀ ୫ ବର୍ଷରେ ନିବେଶ କରିବେ । ସେହିଭଳି ରାଜ୍ୟ ସରକାର ତାଙ୍କ ଅଂଶ ଭାବେ ୨୨୫ କୋଟି ଟଙ୍କା ଏହି କାର୍ଯ୍ୟକ୍ରମକୁ ପ୍ରଦାନ କରିବେ । ଫଳରେ ଷ୍ଟାର୍ଟଅପ୍ଗୁଡିକରେ ମୋଟ୍ ୧୨୦୫ କୋଟି ଟଙ୍କା ନିବେଶ ହେବ । କାର୍ଯ୍ୟକ୍ରମ ଅବସରରେ ୬୯ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ୪.୬୧ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।