ରାଜ୍ୟ
June 29, 2022
134

କେନ୍ଦୁଝରର ନୁନ୍ଦୁରପଡା ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ପିଟିହେଲା ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ । ଏହି ଦୁର୍ଘଟଣାରେ ଦୁଇଟି ଗୋରୁ ଗୁରୁତର ହୋଇଥିବା ବେଳେ ଆଉ କିଛି ଗୋରୁ ଆହତ ହୋଇଛନ୍ତି । ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି । ପିକ୍ଅପ୍ ଭ୍ୟାନ୍ଟିରେ ବେଆଇନ୍ ଭାବେ ଗୋରୁଚାଲାଣ ହେଉଥିବା ଜଣାଯାଇଛି ।