ଢୁ ଢୁ ବର୍ଷାରେ ଭାସିଗଲା ବିରିୟାନୀ

0
(0)

ହାଇଦ୍ରାବାଦ ବିରିୟାନୀର ଟେଷ୍ଟ ସମସ୍ତଙ୍କୁ ପସନ୍ଦ । ଯେଉଁମାନେ ବିରିୟାନୀ ପସନ୍ଦ କରନ୍ତି ସେମାନେ ହାଇଦ୍ରାବାଦୀ ବିରିୟାନୀକୁ ମନା କରିପାରିବେନି । ଯଦି ଆପଣ ମଧ୍ୟ ବିରିୟାନୀ ପ୍ରେମୀ ତେବେ ଆପଣ ଏହି ଭିଡିଓ ଦେଖିଲେ ମନ ଦୁଃଖ କରିବେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଭାରତରେ ଆଜିକାଲି ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ଲୋକମାନେ ଘରୁ ସହଜରେ ବାହାରକୁ ବାହାରିପାରୁନାହାଁନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକମାନେ ରେଷ୍ଟୁରାଣ୍ଟ ନଯାଇ ପାରି ନିଜ ନିଜ ଘରୁ ଖାଦ୍ୟ ଅର୍ଡର କରୁଛନ୍ତି । କିନ୍ତୁ ଫୁଡ୍ ଡେଲିଭର କରିବା କଷ୍ଟକର ହୋଇପଡୁଛି । ଦେଖନ୍ତୁ ଏହି ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ପ୍ଲାଟଫର୍ମ ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ପ୍ରବଳ ବର୍ଷା ହେଉଛି ଏବଂ ରାସ୍ତାରେ ପାଣି ଜମିଯାଇଛି । ଏବଂ ଏକ ବିରିୟାନୀ ଭର୍ତ୍ତି ପାତ୍ର ପାଣିରେ ଭାସି ଭାସି ଯାଉଛି । ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି କାହାକୁ ବିରିୟାନୀ ଅର୍ଡର ନମିଳିବା ଯୋଗୁଁ କେହି ଦୁଃଖି ହେବାକୁ ଯାଉଛି । ଏହି ଭିଡିଓରେ ୟୁଜର୍ସ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ଟ୍ୱିଟରରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ପ୍ରାୟ ୧୩ ସେକେଣ୍ଡର ଏହି ଭିଡିଓକୁ ମିଲିୟନରୁ ମଧ୍ୟ ଅଧିକ ଲୋକ ଦେଖିସାରିଛନ୍ତି । କେବଳ ଏତିକି ନୁହେଁ, ୟୁଜର୍ସ ଏଥିରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । କମେଣ୍ଟ ସେକ୍ସନରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ୟୁଜର୍ସ ମଜାରେ କହୁଛନ୍ତି କି ‘ଯଦି ଭାସି ଭାସି ଆମ ଘର ଆଗରେ ଲାଗିବ ତେବେ ଆମେ ଖାଇଦେବୁ ଏବଂ ପଇସା ମଧ୍ୟ ଦେବାକୁ ପଡିବନି ।’

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment