ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ୫ଟି ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହି ଅବସରରେ ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ...
ଭୁବନେଶ୍ୱର: ବୁଧବାର ଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ରାଜ୍ୟର ୫ଟି ଜିଲ୍ଲା ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି, ସୋନପୁର ଓ ମୟୁରଭଞ୍ଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ...
ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍)ର ହେବ ନବକଳେବର । ଏଥିପାଇଁ ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । ଆଇଆଇଏମ୍, ଆଇଆଇଟି ଓ ଏନ୍ଆଇଟି ପରି ...
ବିଶିଷ୍ଟ ଭାଷାବିତ୍, ସୁସାହିତ୍ୟିକ, ନାଟ୍ୟକାର, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଲୋକପ୍ରିୟ ଭାଷ୍ୟକାର ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ପଦ୍ମଶ୍ରୀ ଡ. ରଜତ କୁମାର କରଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତରେ ପିଡ଼ିତ ହେବାପରେ ତାଙ୍କୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ ...
ଜିତିବା ଅଭ୍ୟାସରେ ପରିଣତ ହେଲେ ଉତ୍କର୍ଷତା ହାସଲ ହୋଇଥାଏ । ଓଡ଼ିଶାର ପିଲାମାନେ ବର୍ତ୍ତମାନ ଏହି ଜିତିବା ଧାରାକୁ ଅଭ୍ୟାସରେ ପରିଣତ କରିଛନ୍ତି । ବିଶ୍ୱ ସ୍ତରର ପ୍ରତିଯୋଗିତାରେ ଆମ ପିଲାମାନେ ଜିତିବା ସାଙ୍ଗକୁ ଗୌରବ ଆଣିପାରିଛନ୍ତି । ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ...
ଯଶସ୍ୱୀ ସାରସ୍ୱତ ସାଧକ, ବିଶିଷ୍ଟ କଥାକାର ସ୍ୱର୍ଗତ୍ ମନୋଜ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ତାଙ୍କ ସ୍ମୃତିରେ ରାଜ୍ୟ ସରକାର ଗତବର୍ଷ ଘୋଷଣା କରିଥିବା ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ର ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଜଣେ ଓଡ଼ିଆ ସାହିତ୍ୟିକଙ୍କୁ ପ୍ରତିବର୍ଷ ...
“ମୁଁ ମୋ ଜୀବନର ପ୍ରଥମ ୨୫ ବର୍ଷ ପାଇଁ ଖାଦ୍ୟ ପାଇଁ ସଂଘର୍ଷ କରିଥିଲି ଏବଂ ବର୍ତ୍ତମାନ ଲକ୍ଷ ଲକ୍ଷ ବଞ୍ଚିତ ପିଲାମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସଂଘର୍ଷ କରୁଛି ।” “ଯନ୍ତ୍ରଣା ଏବଂ ଉତ୍ସାହ ମୋର ସର୍ବୋତ୍ତମ ବନ୍ଧୁ । ଅତୀତରେ ଯନ୍ତ୍ରଣା ଏବଂ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ...
ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡିସି) ଇଣ୍ଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର ହୋଇ ଦକ୍ଷତା ବିକାଶ ସହ ଜଡିତ ତିନୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଓଡ଼ିଶାର ୧୫ ...