ରାଜ୍ୟ
June 30, 2022
66

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ( ସିଏଚ୍ ) ର କନିଷ୍ଠ କିରାଣି ଜଣେ ମେଡିକାଲ କର୍ମଚାରୀଙ୍କ ବକେୟା ଦରମା କରାଇଦେବା ବାବଦକୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଗିରଫ ଅଭିଯୁକ୍ତ ହେଲେ ସିଏର୍ସର କନିଷ୍ଠ କିରାଣି ହିମାଂଶୁ ଶେଖର ଦଣ୍ଡା । ଶ୍ରୀ ପଣ୍ଡା ୨୦ % ସପ୍ତମ ବେତନ ବେଳୟା ଦିଲ୍ କରାଇ ଦେବାକୁ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କୁ ଲାଞ୍ଚ ମାଗିଥିଲେ ।
ସେ ଆଗରୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ବେଳେ ପୁଣି ୨୫ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଗୋପୀନାଥ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ ।