ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ ଧାନ କିଣିବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମାତ୍ର ଏଥିପାଇଁ ୯ ହଜାର ୬ଶହ ଟଙ୍କା ଲାଞ୍ଚ ମାଗିଥିଲେ ତପନ ।
ସମ୍ପାଦକ ଜଣଙ୍କ ଟଙ୍କା ନେବାବେଳେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ଅର୍ଥ ଜବତ କରିବା ସହ ତପନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।
ଚାଷୀଙ୍କଠୁ ଲାଞ୍ଚ ନେବାବେଳେ ତପନଙ୍କୁ ଧରିଛି ଭିଜିଲାନ୍ସ । ଚାଷୀ ଶ୍ରୀଧର ସାମଲ ୨୪୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ।