, , ,

କାଲି ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣି ନିଲାମ ପ୍ରକ୍ରିୟା

0
(0)

କାଲି ଦେଶରେ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣିର ନିଲାମ ହେବାକୁ ଯାଉଛି। ଏଥିରେ ଓଡିଶା ସମେତ ୫ଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି। ଅନ୍ୟ ୪ ରାଜ୍ୟ ହେଉଛି ବିହାର, ଝାଡଖଣ୍ଡ,ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। ଏଥିରେ ଓଡିଶାରୁ ସର୍ବାଧିକ ୧୯ ଖଣିର ନିଲାମ କରାଯିବ। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହିସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ। ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା। ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ୫ଟି ରାଜ୍ୟର ମୋଟ ୩୯ଟି ଖଣି ନିଲାମ ହେବାକୁ ଥିବାବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିର ନିଲାମ କରାଯିବ। ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ରଖାଯିବ।

ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି (ସିଏମ୍ଏସ୍‌ପି) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର୍ ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି। ଏହାଛଡା ଅନ୍ୟ ୨୧ଟି ଖଣି ଆଂଶିକ ଭାବେ ବିକଶିତ ହୋଇଛି। ଓଡିଶାରେ ନିଲାମ ହେବାକୁ ଥିବା ସର୍ବାଧିକ ୧୯ଖଣି ମଧ୍ୟରୁ ସିଏମ୍‌ଏସ୍‌ପି ୨୦୧୫ ଓ ଏମ୍‌ଏମ୍‌ଡିଆର୧୯୫୭ ଆଇନ ଅନୁସାରେ ଯଥାକ୍ରମେ ୮ ଓ ୧୧ଟି କୋଇଲା ଖଣି ରହିଛି। ଏହିସବୁ ଖଣି ମଧ୍ୟରୁ ୮ଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି। ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ ୧୧ଟି ଆଂଶିକ ଖନନ ଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ। ନିଲାମ ହେବାକୁ ଥିବା ଖଣିଗୁଡିକର ସୀମାରେଖା ନିର୍ଣ୍ଣିତ ହୋଇଛି। ଡ୍ରୋନ୍‌ ସହାୟତାରେ ଉତ୍ତୋଳନ କରାଯାଇଥିବା ଖଣିର ସୀମା ସରହଦର ଫଟୋଚିତ୍ର ନିଲାମ ଡକାଳିଙ୍କୁ ଯୋଗାଇ ଦିଆଯିବ। ସବୁ ଖଣି ବିବାଦମୁକ୍ତ ଏବଂ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ନାହିଁ । କୋଇଲା ଖଣିର ବ୍ୟାବସାୟିକ ନିଲାମରେ ନିଲାମଧାରୀଙ୍କ କୋଇଲା ବ୍ୟବହର ଓ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ। ଆହୁରି ମଧ୍ୟ ନିଲାମ ପ୍ରକ୍ରିୟାରେ କୌଣସି ଟେକ୍‌ନିକାଲ (ବୈଷୟିକ) ଓ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀ ନ ଥିବାରୁ ଯେ କେହି ଏଥିରେ ସାମିଲ ହୋଇପାରିବେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment