କେବଳ ମୁସଲମାନ ହିଁ କଂଗ୍ରେସକୁ ରକ୍ଷା କରିପାରିବେ। ଗୁଜୁରାଟ ସିଦ୍ଧପୁର କଂଗ୍ରେସ ପାର୍ଥୀ ଚନ୍ଦନ ଠାକୋର ଏପରି କହିଛନ୍ତି। ଯାହାକୁ ନେଇ ପୁଣିଥରେ କଂଗ୍ରେସ ଉପରେ ମୁସଲମାନ ତୋଷଣ ନୀତି ଅଭିଯୋଗ ଆଣିଛି ବିଜେପି।
କଂଗ୍ରେସ ମୁସ୍ଲିମ ତୋଷଣ ନୀତି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ଜାତୀୟ ପ୍ରବକ୍ତା ଶେହେଜାଦ ପୁନାୱାଲ୍ଲା। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି ” ଖୁଲମଖୁଲା ମୁସ୍ଲିମ ତୋଷଣ ନୀତି! ଏହା ଏକ ସଂଯୋଗ ନୁହେଁ। ପ୍ରଥମେ କେତେକ କଂଗ୍ରେସ ନେତା ହିନ୍ଦୁ ଆସ୍ଥାକୁ ଦଳିଚକଟି ଦେଲେ ଆଉ ଏବେ ତୁଷ୍ଟିକରଣର ଭାଇଜାନ ହେବାକୁ ପ୍ରତିଯୋଗିତା ଚାଲିଛି। ଗୋପାଳ ଇଟାଲିଆ ଓ ରାଜେନ୍ଦ୍ରଙ୍କ ପାଲଙ୍କ ସହିତ ପ୍ରତିଯୋଗିତା ଭୟ ଘାରୁଛି ବୋଲି ଏପରି କରାଯାଉଛି।” ଏନେଇ ସେ ଇଣ୍ଡିଆନ୍ ନ୍ୟାସ୍ନାଲ କଂଗ୍ରେସର ଫୁଲ ଫର୍ମ ବି କଟାକ୍ଷା କରି ଲେଖିଛନ୍ତି। INCର ଫୁଲ ଫର୍ମ ସେ ଲେଖିଛନ୍ତି- ଆଇ ନୀଡ୍ କମୁନାଲିଜିମ୍। ହ୍ୟାସ୍ ଟ୍ୟାଗ୍ ଦେଇ ଲେଖିଛନ୍ତି #ଚୁନାବୀହିନ୍ଦୁ ।
କଂଗ୍ରେସକୁ ଟାର୍ଗେଟ୍ କରି ପୁନାୱାଲା କହିଛନ୍ତି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ଭାରତରେ ଥିବା ସବୁ ସମ୍ପଦ ଉପରେ ପ୍ରଥମେ ମୁସଲମାନଙ୍କର ଅଧିକାର ରହିଛି। ମନମୋହନଙ୍କ ପରେ ଆଉ ଜଣେ କଂଗ୍ରେସ ନେତାଙ୍କ ମୁହଁରୁ ଏଭଳି ବୟାନ ଆସିଛି ବୋଲି ପୁନାୱାଲା କହିଛନ୍ତି।