ଆଜିଠୁ ଦିଲ୍ଲୀରେ ଆଜିଠାରୁ ଖୋଲିଲା ସ୍କୁଲ । ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି । ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା। ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି।