ପାସ୍ପୋର୍ଟ ଏବଂ ଟଙ୍କା ଅଭାବରୁ ଦିବ୍ୟାଙ୍ଗ ମହିଳା କ୍ରିକେଟର୍ ଝିଲ୍ଲୀ ବିରୁଆଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରକାଶ ପାଇଥିଲା।
ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ସଞ୍ଜିତ ଦାଶ ନାମକ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ।
ଏହି ଟ୍ବିଟଟି ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କୁ ଓ କ୍ରୀଡା ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ। ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍ ଝିଲ୍ଲୀ ବିରୁଆଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସ୍ପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।