ରାଜ୍ୟ
June 30, 2022
56

ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳିବିଦ୍ଧ ଦତା ମୃତ୍ୟୁ ମାମଲାରେ ବନ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମର ବୁଦ୍ଧିମାନ ରାଉତ ଓରଫ ବୁଦ୍ଧିଆ ( ୫୩ ) ଏବଂ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ଜଳନ୍ଧର ନାୟକ ଓରଫ ଜଲିଆ ( ୨୮ ) ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଜାଦବ ସୂଚନା ଦେଇଛନ୍ତି । ଜୟପୁର ଖୋଲ ବିଟ୍ ଜଙ୍ଗଲରେ ଏକ ଦନ୍ତାକୁ ଶିକାରୀମାନେ ଗୁ ଳି କରିଥିଲେ ।
ଗୁଳିବିଦ୍ଧ ଅବସ୍ଥାରେ ହାତୀକୁ ବନ ବିଭାଗ ଠାବ କରିବା ପରେ ତାର ଚିକିତ୍ସା ଆରମ୍ଭ କରିଥିଲା ।୯ ଦିନର ସଂଘର୍ଷ ପରେ ହାତୀଟିର ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ପୂର୍ବରୁ ବନ ବିଭାଗ ପକ୍ଷରୁ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ବୋଲି ଡିଏଫ୍ଓ ଶ୍ରୀ ଜାଦବ ସୂଚନା ଦେଇଛନ୍ତି ।