ସାରା ବିଶ୍ବ ଉପରେ ପଡିଛି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ। ଦୁନିଆର ଅଲଗା ଅଲଗା ସେକ୍ଟରର ବିଶିଷ୍ଟ କମ୍ପାନୀ ଗୁଡିକ, ନିଜ କର୍ମଚାରୀଙ୍କୁ ଛଟେଇ କରୁଛି। ନିକଟରେ ମାଇକ୍ରୋସଫ୍ଟ ୧୦୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବାରୁ ରୟାଲ୍ସ ଫିଲିପ୍ସ ଏନ୍ଭି ମଧ୍ୟ ୪୦୦୦ ଲୋକଙ୍କୁ ଛଟେଇ କରିବାର ଘୋଷଣା କରିଥିଲା। ସେଭଳି ଏହି ସୂଚୀରେ ମେଟାର ମାଲିକାନାର ଥିବା ଫେସବୁକ୍ ସାମିଲ ହୋଇପାରିବ।
ନିବେଶକଙ୍କ କହିବା ଅନୁସାରେ, ମେଟା ନିଜର ଖର୍ଚ୍ଚ ବଢାଇ ଦେଇଛି। ମେଟା କଥିତ ଭାବରେ ବିଲିୟନ ଡଲାର ଖର୍ଚ୍ଚ କରିଛି ଓ ଦୁନିଆରେ ହଜାର ହଜାର କର୍ମଚାରୀଙ୍କୁ ମେଟାଭର୍ସ ତିଆରି କରିବାର କାମରେ ରଖିଛି। ଆଲିଟିମିଟର କହିଛି ଯେ, ଏତେ ବଡ ନିବେଶ ବିପଦଜନକ ଅଟେ।
-ରୟାଲ ଫିଲିପ୍ସ ଏନ୍ଭି ୪୦୦୦ ଲୋକଙ୍କୁ ଛଟେଇ କରିବାର ନିଷ୍ପତ୍ତି ନେଇଛି। ଏକା ସହିତ ବହୁ ସମସ୍ୟା ସମ୍ପର୍କିତ କମ୍ପାନୀ ବର୍ଷର ତୃତୀୟ ତ୍ରୟମାସିକ ବିତାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।