ଦିନେ ସାମ୍ବାଦିକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ରାଜନୀତି ସହ ସମ୍ପର୍କ ତାଙ୍କର ନୂଆ ନୁହେଁ। କଲେଜ ପାଠପଢ଼ା ସମୟରୁ ରାଜନୀତି ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ପରିବାର ଏବଂ ଉଚ୍ଚଶିକ୍ଷା ଯୋଗୁଁ ରାଜନୀତିକୁ ଓହ୍ଲାଇ ପାରିନଥିଲେ ସୁଲୋଚନା ଦାସ। ରାଜଧାନୀର ପ୍ରଥମ ମହିଳା ମେୟର। ନିର୍ବାଚନକୁ କେବେ ଲଢ଼େଇ ବୋଲି ଭାବିନାହାନ୍ତି। ବିଜୁ ଜନତା ଦଳର ଆଦର୍ଶରେ ସେ ସର୍ବଦା ଅନୁପ୍ରାଣିତ। ସେ ଲଢ଼େଇରେ ନୁହେଁ ବରଂ ଶାନ୍ତି ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ଵାସ ରଖନ୍ତି। ଭୁବନେଶ୍ଵର ସହରବାସୀଙ୍କ ପାଖକୁ ଦଳର ପ୍ରତିଶ୍ରୁତି ନେଇ ଆଜି ପର୍ଯ୍ୟନ୍ତ ସେ ଏହି କାମରେ ସଫଳ ହୋଇଆସିଛନ୍ତି।
ଓଡ଼ିଶାକୁ ଏବଂ ଭୁବନେଶ୍ଵରକୁ ବିଶ୍ଵସ୍ତରରେ ଏକ ନମ୍ବର ସହରରେ ପରିଣତ କରିବାକୁ ମୁଖ୍ୟନ୍ତ୍ରୀଙ୍କର ଭିଜନ ରହିଛି। ସେହି ଭିଜନ ପୂରା କରିବାକୁ ପ୍ରସ୍ତୁତ ମେୟର ମ୍ୟାଡମ୍। ଏଠାରେ ରହିଥିବା ବିଭିନ୍ନ ବର୍ଗର ଲୋକଙ୍କର ବିକାଶ ଏବଂ ରାଜଧାନୀର ସବୁସ୍ତରରେ ଉନ୍ନତି କରିବା ଭିଜନ ରଖିଛନ୍ତି ମେୟର ସୁଲୋଚନା ଦାସ। ଏଥିପାଇଁ ସେ ବେଶ୍ ତତ୍ପର ମଧ୍ୟ ରହିଛନ୍ତି। ନିର୍ବାତନ ଜିତିବା ପରେ ସେ ଫୁଲ୍ ସ୍ପିଡ୍ରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏଇ କିଛି ମାସ ମଧ୍ୟରେ ବିଭିନ୍ନ ସମସ୍ୟା ସହ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଏବଂ ସୁଚାର ରୂପେ କାର୍ଯ୍ୟ କରିବାର ପଦ୍ଧତି ବୟାନ୍ କରୁଛି ତାଙ୍କ ନିଷ୍ଠା।
ଭୁବନେଶ୍ଵର ମେୟର ଏବଂ କର୍ପୋରେଟର ଲୋକଙ୍କୁ ସେବା ଯୋଗାଇବା ପାଇଁ ସବୁବେଳେ ପ୍ରସ୍ତୁତ ସେ। ଲୋକଙ୍କ ଦୁଆର ମୁହଁରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ପହଞ୍ଚାଇବାର ସେ ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ଵର ସାଢ଼େ ୧୧ ଲକ୍ଷ ଲୋକ ହେଉଛନ୍ତି ତାଙ୍କ ପରିବାର। ଆଉ ସେହି ପରିବାରର ପ୍ରତି ସଦସ୍ୟଙ୍କର ଦାୟିତ୍ଵ ତାଙ୍କର ବୋଲି ସେ କହିଛନ୍ତି।
ଭୁବନେଶ୍ଵରର ରହୁଥିବା ମୁଖ୍ୟ ସମସ୍ୟା ଡ୍ରେନେଜକୁ ନେଇ ସେ ସମ୍ପୂର୍ଣ୍ଣ ଅବଗତ। ମାତ୍ର ଅଳ୍ପ ଲୋକଙ୍କ ପାଇଁ ପ୍ଲାନିଂ କରାଯାଇ ଏ ସହର ଗଠନ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ଵରର ଲୋକ ସଂଖ୍ୟା ସାଢ଼େ ୧୧ ଲକ୍ଷରୁ ଅଧିକ। ବିନା ପ୍ଲାନିଂରେ ଘର ହୋଇଛି ଏବଂ ସହର ମଧ୍ୟ ବଢ଼ିଛି। ତେଣୁ ଡ୍ରେନେଜ ସମସ୍ୟା ଉପୁଜୁଛି। ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମଧ୍ୟ କାମ କରୁଥିବା କହିଛନ୍ତି ମେୟର। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସମସ୍ୟା ସୃଷ୍ଟି ହେଉଥିବା ସହରର ପ୍ରାୟ ୭୫ଟି ସ୍ଥାନ ଚିହ୍ନଟ କରାଯାଇଛି। ବର୍ତ୍ତମାନ ପ୍ରାୟ ୪୦ଟି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବାକି ସ୍ଥାନଗୁଡ଼ିକରେ ଖୁବଶୀଘ୍ର କାମ ଆରମ୍ଭ କରାଯିବ। ବର୍ଷା ଦିନ ପୂର୍ବରୁ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ଏଥିସହ ରାଜଧାନୀ ବାସୀଙ୍କ ଅନ୍ୟାନ୍ୟ ସମସ୍ୟାକୁ ନେଇ ମଧ୍ୟ ସେ ବେଶ୍ ଆଗଭରା। ଏହାର ସମାଧାନ କ୍ଷେତ୍ରରେ ତାଙ୍କର ପୂରା ଟିମ୍ କାମ କରୁଥିବା ସେ କହିଛନ୍ତି।
previous post