Home ରାଜ୍ୟ ପଦ୍ମ ଧରିବେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

ପଦ୍ମ ଧରିବେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

by interviewtimes
22 views
0
(0)

ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତ ବେଳେ ବିଜେଡି ଛାଡି ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।

ହୃଷିକେଶ ୧୯୮୦ରେ ପାଟଣା ନିର୍ବାଚନମଣ୍ଡଳରୁ ବିଧାୟକ ହୋଇଥିଲେ। ପରେ ୧୯୮୨ ମସିହାରେ ବିଧାୟକ ଥିବା ଅବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲେ।

୧୯୮୫, ୧୯୯୫ରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୬ରେ ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଇ ୨୦୦୯ ଏବଂ ୨୦୧୪ ମସିହାରେ ଦୁଇ ଦୁଇଥର ବିଜେଡି ବିଧାୟକ ଭାବେ ନିର୍ବଚିତ ହୋଇଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

You may also like

Leave a Comment