ଆରମ୍ଭ ହେବାକୁ ଯାଉଛି ବଡ଼ ମିଶନ । ଚନ୍ଦ୍ରକୁ ମନୁଷ୍ୟ ପଠାଇବ ଇସ୍ରୋ । ଇସ୍ରୋ ବୈଜ୍ଞାନିକଙ୍କ ସହ ମଙ୍ଗଳବାର ଏକ ବୈଠକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଗଗନାୟନ ଅଭିଯାନର ସମୀକ୍ଷା କରିଛନ୍ତି। ‘କୁ ଏସ୍କେପ ସିଷ୍ଟମ’ର ପରୀକ୍ଷଣ ବିଷୟରେ ପଚାରି ବୁଝିଛନ୍ତି । ଶୁକ୍ର ଅର୍କିଟର ଅଭିଯାନ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାମ କରିବା ପାଇଁ ବୈଜ୍ଞାନିକଙ୍କୁ କହିଛନ୍ତି । ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଅକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ମହାକାଶ ବିଭାଗର ବିସ୍ତୃତ ସମୀକ୍ଷା କରାଯାଇଥିଲା | ହ୍ୟୁମାନ ରେଟେଡ ଲଞ୍ଚ ସହିତ ତିନୋଟି ମାନବ ବିହୀନ ଅଭିଯାନ ହେବ। ଏହା ପୂର୍ବରୁ ୨୦ଟି ପ୍ରମୁଖ ପରୀକ୍ଷଣ କରାଯିବ। ଏହି ବୈଠକରେ ଭାରତ ଏବେ ନୂଆ ମହତ୍ତ୍ୱକାଂକ୍ଷା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।