ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ପ୍ରଥମ ଦିନରେ ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକରୁ ୭ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର ।
ଆଦାନି ଗ୍ରୁପ୍ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ । ଜେଏସ୍ଡବ୍ଲ୍ୟୁ ୧ ଲକ୍ଷ କୋଟି, ବେଦାନ୍ତ ୨୫ ହଜାର କୋଟି ଏବଂ ଟାଟା ପାୱାର ୬ ହଜାର କୋଟି ନିବେଶ କରିବ।
ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି, ମଜଭୁତ ଭିତ୍ତିଭୂମି ଏବଂ ସ୍ଥିର ସରକାର ଶିଳ୍ପପତିମାନଙ୍କୁ ଆକର୍ଷିତ କରିଛି । ଆଜି ୨୧ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବାବେଳେ ୪୬ଟି ନିବେଶ ଆଗ୍ରହ ସଂଗ୍ରହ କରିଛନ୍ତି ରାଜ୍ୟ ସରକାର ।
ଏହା ମାଧ୍ୟମରେ ରାଜ୍ୟକୁ ମୋଟ ୫.୮୫ ଲକ୍ଷ କୋଟିର ନିବେଶ ଆସିବ । ୨ ଲକ୍ଷ ୪୭ ହଜାର ୮୯୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।