ପଣବନ୍ଦୀଙ୍କୁ ମାରୁଛି ହମାସ

0
(0)

ଥମିବାରେ ନାଁ ଧରୁନି ଯୁଦ୍ଧ । ହିସ୍ରଂ ହେଉଛି ହମାସ । ବର୍ତ୍ତମାନ  ପଣବନ୍ଦୀଙ୍କୁ ହମାସ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ୭ରେ ହମାସ ଦ୍ବାରା ଅପହୃତ ଜଣେ  ମହିଳାଙ୍କ ଶବକୁ ପାଇଛନ୍ତି ଇସ୍ରାଏଲ ବାହିନୀ । ସେହି ମହିଳାଙ୍କ ନାମ ୟେହୁଦିତ ଓ୍ବେସ । ଦକ୍ଷିଣ ଇସ୍ରାଏଲର କିବୁଜ ଅଞ୍ଚଳରୁ ତାଙ୍କୁ ହମାସ ଆତଙ୍କୀ ଅପହୃତ କରିଥିଲେ । ଶିଫା ହସ୍ପିଟାଲ ନିକଟରୁ ତାଙ୍କ ଶବ ମିଳିଛି । ଇସ୍ରାଏଲ ବାହିନୀ ଠିକ୍ ସମୟରେ ସେହି ସ୍ଥାନରେ ପହଞ୍ଚି ନପାରିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ  ବୋଲି କୁହାଯାଇଛି । ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ହମାସ କର୍ମୀ ହତ୍ୟା କରିଥିଲେ । ହମାସ ଦ୍ବାରା ଅପହୃତ ୨୪୦ ବ୍ୟକ୍ତି ମଧ୍ୟରେ ଅନ୍ୟତମ ଥିଲେ ଓ୍ବେସ । ବର୍ତ୍ତମାନ ଅଲ ଶିଫା ହସ୍ପିଟାଲକୁ ଆଇଡିଏଫ ବୁଲଡୋଜର ସାହାଯ୍ୟରେ ଅକ୍ତିଆର କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment