ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଏକ ଉଲ୍ଲେଖନୀୟ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ
ଅଭ୍ୟୁଦୟ ଜିନ୍ଦଲ ଭର୍ଦୁଆଲ ମୋଡ୍ରେ ଯାଜପୁରରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ପାର୍କର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱଦେଶୀ ଉତ୍ପାଦନକୁ ସଶକ୍ତ କରିବା ତଥା ଅପ୍ଷ୍ଟ୍ରିମ୍ ଓ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଲିଙ୍କେଜ୍କୁ ମଜଭୁତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।
ଭାରତର ଏହି ପ୍ରଥମ ଷ୍ଟେନଲେସ୍ ଷ୍ଟିଲ୍ ପାର୍କ ହେବା ଫଳରେ ପୂର୍ବ ଭାରତରେ ଖଣିଜ ଦ୍ରବ୍ୟ ଉତ୍ପାଦନ ଓ ଚାହିଦା ବଢ଼ିବ ବୋଲି ଆଶା । ୬ ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ଶିଳ୍ପ ପାର୍କ ସ୍ଥାପନ ହେବାକୁ ଯୋଜନା ରହିଛି। ଏଥିରେ ୧୫୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ପାର୍କଟି ବୃହତ୍ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି । ଏହା ସହ ୧୦୦ରୁ ଅଧିକ ଡାଉନ୍ଷ୍ଟ୍ରିମ୍ ଓ ସହାୟକ କମ୍ପାନିକୁ ମଧ୍ୟ ପ୍ରୋତ୍ସାହିତ କରିବ। ୨୭୧ ଏକର ସ୍ଥାନରେ ଏହା ନିର୍ମିତ। ଏହା ମାଧ୍ୟମରେ ୧୯,୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ।
ଏ ଅବସରରେ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ବିଶ୍ୱସ୍ତରୀୟ ଷ୍ଟେନ୍ଲେସ୍ ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନାମକୁ ଆହୁରି ଉଜ୍ଜ୍ଵଳ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଉଭୟ ଉତ୍ପାଦନ ଏବଂ ବ୍ୟବସାୟ କ୍ଷେତ୍ରରେ ଆମେ ୩୬୦ ଡିଗ୍ରୀ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛୁ ।