, ,

ଶେଷ ହେଲା ଟ୍ରମ୍ପ ଯୁଗ, ଆରମ୍ଭ ହେଲା ବିଡେନ୍ ଯୁଗ, ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜୋ ବିଡେନ୍

0
(0)

ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଗଣନା ଶେଷ ହୋଇଛି। ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ(284) ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କୁ(214)ନିର୍ବାଚନରେ ପରାଜିତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟଲେଗ୍ରାଣ୍ଡ ଷ୍ଟେଟ ପେନସିଲଭାନିଆରେ ବିଜୟ ପରେ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ ବୋଲି ନିଶ୍ଚିତ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଆମେରିକାର ନୂତନ ରାଷ୍ଟ୍ରପତି ବିଜୟ ଲାଭ ପାଇଁ ସଂଖ୍ୟାଗରିଷ୍ଠତା ହେଉଛି 270 | ଫକ୍ସ ନ୍ୟୁଜ୍ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବିଡେନ ମୋଟ 74,847,834 ଭୋଟ୍ ପାଇଛନ୍ତି। ଯାହା ମୋଟ ଭୋଟର 50.6 ପ୍ରତିଶତ ଅଟେ | ଅନ୍ୟପକ୍ଷରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ 47.7 ପ୍ରତିଶତ ଭୋଟ୍ ସହିତ 70,591,531 ଭୋଟ୍ ପାଇଛନ୍ତି।

ତେବେ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋ ବିଡେନ ଏବଂ କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ମୁଁ ଆପଣଙ୍କ ସହ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛି ।

ଏଥି ସହିତ ଜୋ ବିଡେନଙ୍କ ସହ ଉପରାଷ୍ଟ୍ରପତି ହେବାକୁ ଯାଉଥିବା କମଲା ହାରିସଙ୍କୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଭାରତ ଏଭଳି ଏକ ସହଭାଗୀତା ପାଇଁ ପ୍ରସ୍ତୁତ, ଯାହା ଆମ ଅଞ୍ଚଳରେ ଏବଂ ବିଶ୍ୱରେ ଶାନ୍ତି ଏବଂ ବିକାଶ ପାଇଁ ଲାଭଦାୟକ ହେବ |

ନିର୍ବାଚନରେ ଜିତିବା ପରେ ଜୋ ବିଡେନ ଟ୍ୱିଟ କରି ଆମେରିକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଡେନ ଟ୍ୱିଟ୍ କରି କହିଛନ୍ତି, “ଆମ ମହାନ ଦେଶର ନେତୃତ୍ୱ ନେବାକୁ ମୋତେ ବାଛିଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଭବିଷ୍ୟତରେ ଆମର କଠିନ ଆହ୍ୱାନ ଅଛି କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ମୁଁ ସମସ୍ତ ଆମେରିକୀୟ ଲୋକଙ୍କ ରାଷ୍ଟ୍ରପତି ହେବି। ଏହାପୂର୍ବରୁ ବିଡେନ ଦେଶକୁ ଦେଇଥିବା ସମ୍ବୋଧନରେ କହିଥିଲେ ଯେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଆମର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରୁଛୁ ।

ତେବେ ଏହି ସମୟରେ ପରାଜୟବରଣ କରିଥିବା ଟ୍ରମ୍ପ ନିଜକୁ ବିଜୟୀ ଦାବି କରିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ ମୁଁ ଏହି ନିର୍ବାଚନରେ ଜିତିଛି । ଫିଲାଡେଲଫିଆରେ ଏକ ବଡ଼ ସାମ୍ବାଦିକ ସମ୍ମିଳନୀ ହେବ ବୋଲି ଟୁଇଟ୍ କରି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ନିର୍ବାଚନରେ ହୋଇଥିବା ବେଆଇନ କାର୍ଯ୍ୟ ବିରୋଧରେ ସେ କୋର୍ଟକୁ ଯିବେ । ସେ ନିର୍ବାଚନରେ ବ୍ୟାପକ ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବା ନେଇ କୌଣସି ପ୍ରମାଣ ଦେଇପାରିନଥିଲେ ।

ଟ୍ରମ୍ପଙ୍କ ଅଭିଯାନ ଦଳ ପେନସିଲଭାନିଆ, ମିଚିଗାନ, ଜର୍ଜିଆ ଏବଂ ନେଭାଦାରେ ମକଦ୍ଦମା ଦାୟର କରିସାରିଛନ୍ତି । ୱିସକନ୍ସିନରେ ଭୋଟ୍ ପୁନଃ ଗଣନା କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ତେବେ ବିଡେନଙ୍କ ଅଭିଯାନ ଦଳ ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment