ରାଜ୍ୟ

ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ ରୋକ । ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ୍ଙ୍କ ଅନ୍ତରୀଣ ରୋକ । ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ଏସଡିଜେଏମ ଦେଇଥିଲେ ନିର୍ଦ୍ଦେଶ । ଘର ଭଡା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲା ।
ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଷ୍ଟାର ଦମ୍ପତିଙ୍କ ମାମଲାରେ ପୂର୍ବରୁ ଏସଡିଜେଏମ ନିଜର ରାୟ ଶୁଣାଣି କରିଥିଲେ । ବର୍ଷା ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ଭଡ଼ାଘରେ ରହିବେ । ବର୍ଷାଙ୍କ ଖର୍ଚ୍ଚ ପାଇଁ ଅନୁଭବ ତାଙ୍କୁ ପ୍ରତ୍ୟେକ ମାସରେ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଏସଡିଜେଏମ ନିର୍ଦ୍ଦେଶ ଦେଇଥିଲେ ।
ନିର୍ଦ୍ଦେଶ ମୁତାବକ ଅନୁଭବ ଗତ ୩ ତାରିଖରେ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ଏସଡିଜେଏମଙ୍କ ଉକ୍ତ ରାୟ ଉପରେ ଏବେ ଅନ୍ତରୀଣ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍ । ତେବେ ଓଲିଉଡର ଏହି ଯୋଡିଙ୍କ ପାରିବାରିକ ବିବାଦ ଏବେ କୋର୍ଟରେ ଚାଲିଛି । ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଅନୁଭବ ମଧ୍ୟ ବର୍ଷାଙ୍କୁ ଆକ୍ଷେପ କରି କହିଥିବା ନେଇ ଅଭିଯୋଗ କରିଥିଲେ ବର୍ଷା ।