ଜାତୀୟ

ଥରେ କଳ୍ପନା କରନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଗୋଟିଏ ମାସର କାମ ବଦଳରେ ୨୮୬ ମାସର ଦରମା ଆସିଯାଏ, ତେବେ ଆପଣ କଣ କରିବେ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କର ହିଁ ହେବ। ହେଲେ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ହଠାତ୍ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଏତେ ଟଙ୍କା ଆସିଥିଲା ଯେ ଏହାକୁ ଦେଖି ସେ ବିଶ୍ବାସ କରି ପାରି ନଥିଲେ । ତା’ପରେ ଏମିତି କିଛି ଘଟିଗଲା। ଯାହା ବୋଧହୁଏ କେହି କଳ୍ପନା କରିପାରିବେ ନାହିଁ ।
ବାସ୍ତବରେ ଏହି ଘଟଣା ଚିଲିରୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଗତ ମାସରେ ଏକ ଚିଲିର ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ୨୮୬ ମାସର ଦରମା ଅର୍ଥାତ୍ ୧.୫ କୋଟି ଟଙ୍କା ଦିଆଯାଇଥିଲା । ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟକୁ ଯାଞ୍ଚ କଲେ, ସେ ଏହାକୁ ଦେଖି ବିଶ୍ବାସ କରିପାରିଲେ ନାହିଁ। ଏହାକୁ ବାର ବାର ଦେଖିଲେ, ଭାବିଲେ ତାଙ୍କ ଦରମାରେ ସତରେ କଣ ଏତେ ଟଙ୍କା ଆସିଛି ନାଁ ମାସକର ଦରମାଠାରୁ ୨୮୬ ଗୁଣ ଅଧିକ ହୋଇଯାଇଛି।
ଯେତେବେଳେ କମ୍ପାନୀ ଏ ବିଷୟରେ ଜାଣିଲା ସେ ତାହାର ଭୁଲ ବୁଝିଲା । କର୍ମଚାରୀଙ୍କ ସହ ଯୋଗାଯୋଗ କରି ଅଫିସ୍କୁ ଡକାଯାଇଥିଲା। କର୍ମଚାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଗଲା, ସେ କମ୍ପାନୀକୁ ପ୍ରତିଶୃତି ଦେଲେ କି ସେ ଶୀଘ୍ର ଟଙ୍କା ଫେରସ୍ତ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ପର ଦିନ କୌଣସି କାରଣରୁ ଜଣାପଡିଥିଲା କି ସେ କୁଆଡେ ପଳାଇଥିଲା। ବର୍ତ୍ତମାନ କର୍ମଚାରୀ ଫେରାର୍ ପରେ କମ୍ପାନୀ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।