ଭାଗ୍ୟ କେତେବେଳେ ବଦଳିଯିବ କେହି କହିପାରିବେ ନାହିଁ। କେତେବେଳେ ଧନୀ ଗରିବ ତ କେତେବେଳେ ଗରିବ ଧନୀ ପାଲଟିଯିବ ସେକଥା କହିବା ବି କଷ୍ଟ। ଭାଗ୍ୟ ଖରାପ ଥିଲେ ଏମିତି କିଛି ବିପରିତ କାର୍ଯ୍ୟ ହୁଏ। ରାତା ରାତି ଧନୀରୁ ଗରିବ ହୋଇଯାଆନ୍ତି ଲୋକେ। ନିକଟରେ ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି।
ଏଫ୍ଟିଏକ୍ସର ସହ ପ୍ରତିଷ୍ଠାତା ତଥା ସିଇଓ ସାମ୍ ବ୍ୟାଙ୍କ୍ମ୍ୟାନ୍ ଫ୍ରାଏଡ୍ ରାତାରାତି ବର୍ବାଦ ହୋଇ ଯାଇଛନ୍ତି। ରାତାରାତି ଗରିବରୁ ଧନୀ ହୋଇଥିବା କଥା ଆପଣ ଶୁଣିଥିବେ, ମାତ୍ର ସେ ରାତାରାତି ଧନୀରୁ ଗରିବ ପାଲଟିଛନ୍ତି। ଗୋଟାଏ ଦିନରେ ତାଙ୍କ ନେଟ୍ୱର୍କରେ ପାଖାପାଖି ୯୪ ପ୍ରତିଶତ କ୍ଷତି ହୋଇଛି। ଏବେ ପର୍ଯନ୍ତ ଯେତେ ବି ସବୁ କମ୍ପାନି କ୍ଷତି ଦେଇ ଗତିକରିଛନ୍ତି ସେ ତୁଳନାରେ ଏହା ଯଥେଷ୍ଟ ଅଧିକ।
ତାଙ୍କ ସଂପତ୍ତି ହ୍ରାସ ପାଇବା ପରେ ଏବେ ୯୯୧.୫ ମିଲିୟନ୍ ଡଲାର ହୋଇଯାଇଛି। ସେ ପୂର୍ବରୁ ୧୫.୨ ଆରବ ଡଲାରର ମାଲିକ ଥିଲେ। କୌଣସି ବି କୋଟିପତିଙ୍କ ସଂପତ୍ତିରେ ଗୋଟାଏ ଦିନ ମଧ୍ୟରେ ହୋଇଥିବା କ୍ଷତି ତୁଳନାରେ ଏହା ଅଧିକ ବୋଲି ସୂଚନା ରହିଛି।
ବ୍ଲୁମ୍ବର୍ଗର ଏକ ରିପୋର୍ଟ ମୁତାବକ, ସାମ୍ ବ୍ୟାଙ୍କ୍ମ୍ୟାନ୍ ଫ୍ରାଏଡ୍ଙ୍କ କ୍ରିପ୍ଟୋ ଏଫ୍ଟିଏକ୍ସକୁ ପ୍ରତିଦ୍ବନ୍ଦ୍ବୀ କମ୍ପାନି ବିନାନ୍ସକୁ କିଣିବାକୁ ଯାଉଛି ବୋଲି ଘୋଷଣା କରିବାର ଦିନକ ପରେ ତାଙ୍କ ସହ ଏପରି ଘଟିଛି।
ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ପ୍ଲାଟ୍ଫର୍ମ ବିନାନ୍ସର ମୁଖ୍ୟ ଚେଙ୍ଗ୍ପେଙ୍ଗ ଝାଓ କହିଥିଲେ ଯେ ସେ ଏଫ୍ଟିଏକ୍ସକୁ କିଣିବାକୁ ଏକ ସ୍ବାକ୍ଷର କରିଛନ୍ତି। ଏହି ଟ୍ବିଟ୍ କରିବା ପରେ ପରେ ପୁଞ୍ଜିର ଦୁଇଟି ମନ୍ତ୍ର ବି ସେୟାର କରିଥିଲେ।
ଏହି ଖବର ପ୍ରକାଶ ପାଇବା ପରେ ରାତାରାତି ଏପରି ଭାବେ ୩୦ ବର୍ଷୀୟ ସାମ୍ ବ୍ୟାଙ୍କ୍ମ୍ୟାନ୍ ଫ୍ରାଏଡ୍ଙ୍କ ସଂପତ୍ତି ହ୍ରାସ ପାଇବା ତାଙ୍କୁ ଏକ ଝଟ୍କା ଲାଗିବା ସହ ସମାନ।