ଭାଗ୍ୟ କେତେବେଳେ କାହାର ବଦଳିଯିବ ସେକଥା କେବି କହିପାରିବେ ନାହିଁ। କୁହାଯାଏ, ଯେତେବେଳେ ଭଗବାନ ଦିଅନ୍ତି ଛପର ଫାଡି ଦିଅନ୍ତି। ସେଭଳି କିଛି ହୋଇଛି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦିନେ କବର ଖୋଳୁଥିଲେ ଆଜି ସେ କୋଟିପତି। ବ୍ୟକ୍ତି ଜଣକ ଲଟେରିରୁ ଏକାଥରକେ ୨ କୋଟି ଟଙ୍କା ଜିତିଛନ୍ତି। ବ୍ୟକ୍ତି ଜଣଙ୍କ ହେଲେ ୬୩ ବର୍ଷୀୟ ଲୁଥର ଲାଉଡ଼ି।
ଲୁଥର ଆମେରିକାର ଲୋକପ୍ରିୟ ରେସ୍ କାର୍ ଡ୍ରାଇଭର୍ ଡେଲ୍ ଅର୍ଣ୍ଣହର୍ଡଥ୍ଙ୍କ ଜଣେ ପ୍ରଶଂସକ। ସେ କମ୍ପ୍ୟୁଟର୍ରେ ଲଟେରି ଖେଳିବା ବେଳେ ୩ ଚୟନ କରିଥିଲେ, କାରଣ ଡେଲ୍ ଅର୍ଣ୍ଣହର୍ଡଥ୍ଙ୍କ କାର୍ର ନମ୍ବର ହେଉଛି ୩। ଭାଗ୍ୟକୁ ଏହି ୩ ନମ୍ବର ତାଙ୍କ ଭାଗ୍ୟ ବଦଳାଇ ଦେଲା ଓ ସେ ଲଟେରି ଜିତିଗଲେ। କବର ଖୋଳୁଥିବା ଏହି ଗରିବ ବ୍ୟକ୍ତି ଜଣକ ନର୍ଥ କରୋଲିନାର ଲିଙ୍କୋଲଣ୍ଟନର ବାସିନ୍ଦା। ସେ ଗଣମାଧ୍ୟରେ ନିଜର ବୟାନ ଦେଇ କହିଛନ୍ତି ଯେ ପ୍ରଥମ ଥର ସେ ଏହି ଲଟେରି ପାଇଁ ଚେଷ୍ଟା କରିଥିଲେ ଓ ପ୍ରଥମ ଚେଷ୍ଟାରେ ବି ସଫଳ ହେଲେ।
ନିକଟରେ ମିସିଗାନ୍ର ଜଣେ ବ୍ୟକ୍ତି ପ୍ରାୟ ଦେଢ଼ କୋଟି ଟଙ୍କା ଲଟେରି ଜିତି ଚର୍ଚ୍ଚା ପାଲଟିଥିଲେ। ସଉଦା ପାଇଁ ତେଜରାତି ଷ୍ଟୋର୍କୁ ଯାଇ ଲଟେରି ଟିକେଟ୍ କିଣି ପରେ ଲଟେରି ଜିତିଥିଲେ ମଧ୍ୟ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୈନିନ୍ଦିନ ଅଫିସ୍ କାମ ଶେଷ କରୁଥିବା ବେଳେ ମିସିଗାନ୍ବାସୀ ପ୍ରିସ୍ଟନ୍ ମାକି ତେଜରାତି ଦୋକାନ ଯାଇ କିଛି ସଉଦାପତ୍ର ଆଣିବାକୁ ସ୍ତ୍ରୀଙ୍କଠାରୁ ମେସେଜ୍ ପାଇଲେ। ତେଣୁ, ଘରକୁ ଫେରିବା ବାଟରେ ପଡୁଥିବା ‘ମିଜେର୍ ସପ୍’ ନାମକ ତେଜରାତି ଷ୍ଟୋର୍ ନିକଟରେ ସେ ଅଟକିଲେ। ସଉଦା କିଣିବା ବେଳେ ସେଠାରେ ବିକ୍ରୟ ହେଉଥିବା ‘ଫାଣ୍ଟାସି ୫’ ଲଟେରି ଟିକେଟ୍ ମଧ୍ୟ କିଣି ପକାଇଲେ। ସନ୍ଧ୍ୟା ବେଳକୁ ବିଜୟୀ ହୋଇଥିବା ଲଟେରି ଟିକେଟ୍ଗୁଡ଼ିକର ତାଲିକା ବାହାରିଲା, ଏବଂ ସକାଳେ ମାକି କିଣି ଥିବା ଟିକେଟ୍ ନମ୍ବର ତାଲିକାରେ ପ୍ରକାଶିତ ନମ୍ବର ସହିତ ମିଳାଇ ଦେଖିଲା ବେଳକୁ ତାଙ୍କର ‘୦୫-୧୨-୧୬-୧୭-୨୯’ ଟିକେଟ୍ଟି ସେଥିରେ ଅଛି।