ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ୍ର ସେମି ଫାଇନାଲ୍ ମ୍ୟାଚ୍ରେ ଆପଣ ଜଣେ ସୁନ୍ଦରୀ ଯୁବତୀଙ୍କୁ ଦେଖିଥିବେ। ଯୁବତୀ ଜଣକ ପାକିସ୍ତାନ ଟିମ୍କୁ ଚିଅର କରୁଥିଲେ। ପାକିସ୍ତାନୀ ଖେଳାଳିଙ୍କ ପାଇଁ ତାଳି ମାରୁଥିଲେ, ଫ୍ଲାଇଂ କିସ୍ ଦେଉଥିଲେ। ତାଙ୍କ ଫ୍ଲାଇଂ କିସ୍ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇକାଲ୍ ହେଉଥିଲା। ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଧଳା ରଂଗର ଟପ୍ ପିନ୍ଧି ପାକିସ୍ତାନ ପତାକା ହଲାଉଥିବା ଏହି ଯୁବତୀଙ୍କର ରାତାରାତି ହୋଇଗଲେ ଢେର୍ ପ୍ରଶଂସକ।
ଯୁବତୀ ଜଣକ ଯେତେବେଳେ ନାଚିବା ସହ ଫ୍ଲାଇଂ କିସ୍ ଦେଇ ଟିମ୍କୁ ଉତ୍ସାହିତ କରୁଥିଲେ କ୍ୟାମେରା ତାଙ୍କ ଉପରୁ ହଟିନଥିଲା। ଖେଳ ସରିବା ମାତ୍ରେ ଇନ୍ଣ୍ଟର୍ନେଟ୍ ସେନ୍ସେସନ୍ ବନି ଯାଇଥିଲେ ସେ। ସମସ୍ତଙ୍କ ମନରେ ଉତ୍କଣ୍ଠା ଜାଗି ଉଠିଥିଲା ଯେ ଭିଡିଓରେ ଦିଶୁଥିବା ଉକ୍ତ ଯୁବତୀ ଜଣକ କିଏ। ସୋସିଆଲ ମିଡିଆରେ ଖୋଜା ଚାଲିଲା ତାଙ୍କ ପରିଚୟ। ଶେଷରେ ସେ କିଏ ତାହା ଜଣାପଡିଛି।
ଏବେ ତାଙ୍କର ପୂରା ପରିଚୟ ମିଳିସାରିଛି। ତାଙ୍କ ନାମ ନତାଶା। ସେ ଅଷ୍ଟ୍ରେଲିଆର ବାସିନ୍ଦା। ତାଙ୍କ ନାମରେ ସୋସିଆଲ୍ ମିଡିଆରେ ଅନେକ ନକଲି ଆକାଉଣ୍ଟ୍ ରହିଛି। ତାଙ୍କର ମାତ୍ର ଗୋଟାଏ ଇନ୍ଷ୍ଟା ଆକାଉଣ୍ଟ୍ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ୍ର ସେମି ଫାଇନାଲ୍ ମ୍ୟାଚ୍ରେ ଯୁବତୀଙ୍କ ଗୋଟାଏ ଭିଡିଓ ଭାଇରାଲ୍ ହେବାରେ ପରେ ତାଙ୍କର ତା’ ପରେ ପରେ ଅନେକ ଭିଡିଓ ଭାଇରାଲ୍ ହୋଇଛି।