ବକ୍ସାଇଟ, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ବେଦାନ୍ତ ଆଲୁମିନିୟମର ସଭାପତି ଟିକେ ଚାନ୍ଦ କହିଛନ୍ତି।
ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ଵିତୀୟ ଦିନରେ ମେଟାଲ, ଡାଉନଷ୍ଟ୍ରିମ ତଥା ଆନସିଲାରୀ ଶିଳ୍ପ ସମ୍ପର୍କିତ ଆଲୋଚନାଚକ୍ରକୁ ସମ୍ବୋଧୃତ କରି ଶ୍ରୀ ଚାନ୍ଦ କହିଛନ୍ତି, କମ୍ପାନି ଶୀଘ୍ର ଡାଉନଷ୍ଟ୍ରିମ ଆଲୁମିନିୟମ ପ୍ରକଳ୍ପ ଆଣିବ।
ପ୍ରଥମ ଦିନରେ ରାଜ୍ୟ ସରକାର ୭ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିବାରୁ ଏଥିଲାଗି ସେ ଶୁଭେଚ୍ଛା ଜଣାଇଛନ୍ତି। ରପ୍ତାନି ଭିତ୍ତିକ ଏବଂ ହାଇଟେକ ୟୁନିଟ ସ୍ଥାପନା କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ଝାରସୁଗୁଡା ଆଲୁମିନିୟମ ପାର୍କରେ ନିବେଶ କରିବା ଲାଗି ସେ ଆମନ୍ତ୍ରଣ କରିଛନ୍ତି।
ନୂଆ ନିବେଶକଙ୍କ ଲାଗି ଅନୁଗୁଳ ଆଲୁମିନିୟମ ପାର୍କ ଏବଂ ଝାରସୁଗୁଡା ଆଲୁମିନିୟମ ପାର୍କ ବେଶ ସହାୟକ ହେବ । କେବଲ୍, ଏକ୍ସଟୁଜନ ଆଇଟମ୍, ଆଲୁମିନିୟମ ପାଉଡର, ଫଏଲ, ପ୍ୟାକେଜିଂ ମ୍ୟାଟେରିଆଲ ପ୍ରସ୍ତୁତ କରୁଥିବା ଉଦ୍ୟୋଗୀ ଏଠାରେ ଶିଳ୍ପ ସ୍ଥାପନ କରିପାରିବେ ବୋଲି ସେ
ଉଲ୍ଲେଖ କରିଛନ୍ତି ।