, ,

ସ୍କୁଲରେ ଲାଗୁହେବ 5C

0
(0)

ସ୍କୁଲରେ ୫-ଟି ପରେ ଏବେ ଲାଗୁ ହେବାକୁ ଯାଉଛି ୫-ସି । ୫-ସି କୌଣସି ନୂଆ ଯୋଜନା ନୁହେଁ ଏହା ଏକ ନୂତନ ଚିନ୍ତାଧାରା। ୫-ସିର ଅର୍ଥ ହେଉଛି କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ କୋପରେସନ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଏସ୍‌ ଅଶ୍ବଥି। ବର୍ତ୍ତମାନ ୫-ସି ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବ। ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟ ୫-ସି ଅଧିନରେ କାମ ଚାଲୁଛି। ବୋଲି ସଚିବ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ମୋ ସ୍କୁଲର ଏକ ଅଂଶ ହେଉଛି ୫-ସି। ଆସନ୍ତାବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବା ସହ ସମସ୍ତଙ୍କୁ ଜଣାଇ ଦିଆଯିବ ।

୫-ସିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ନବୀନ ଓଡ଼ିଶାରେ ବହୁତ କିଛି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। କେବଳ ସମୟକୁ ଅପେକ୍ଷା ରହିଛି । ୨୦୧୯ ପରଠୁ ୫-ଟି ମାଧ୍ୟମରେ ଅନେକ ଯୋଜନା ରାଜ୍ୟ ସରକାର କରିଛନ୍ତି। ୫-ଟି ହେଉଛି ଟିମଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫରମେସନ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ବର୍ତ୍ତମାନ ୫-ଟି ମଧ୍ୟରେ କାର୍ଯ୍ୟ କରୁଛନ୍ତି। ଆମ ହସ୍ପିଟାଲ, ସ୍କୁଲ ରୂପାନ୍ତକରଣ ଓ ମୋ ସ୍କୁଲ ଭଳି ବିଭିନ୍ନ ଯୋଜନା ୫-ଟି କରୁଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment