ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ତ୍ତମାନ ସାରା ରାଜ୍ୟରେ ୭୦ ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି ।
ଭୁବନେଶ୍ବର ଜନତା ମଇଦାନରେ ଚାଲିଥିବା ମେଗା ବିଜନେସ ସମିଟ ମେକ୍ ଇନ୍ ଓଡ଼ିଶା କଲକ୍ଲେଭର ମିଶନ ଶକ୍ତି ପକ୍ଷରୁ ରାଜ୍ୟର ୩ହଜାରରୁ ଅଧିକ ଏସଏଚଜିଙ୍କୁ ନେଇ ଶକ୍ତି ସମାବେଶ ହୋଇଛି ।
ଆସନ୍ତା ୫ ବର୍ଷରେ ଏସଏଚଜିମାନଙ୍କଠାରୁ ୫ ହଜାର କୋଟି ଟଙ୍କା ସେବା ଓ ସାମଗ୍ରୀ ପାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ।
ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶଟି ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।