ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ମେଲବୋର୍ଣ୍ଣରେ ଐତିହାସିକ ମ୍ୟାଚ୍ ଖେଳା ଯାଇଥିଲା। ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୨ର ସୁପର-୧୨ ମୁକାବିଲାରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪ ଓ୍ବିକେଟରେ ହରାଇଛି। କୋହଲିଙ୍କ ପରଫରମାନ୍ସ ମ୍ୟାଚ୍କୁ ରୋମାଞ୍ଚକର କରିଦେଇଥିଲା। ଏଥି ସହିତ ମ୍ୟାଚ୍ର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଭାରତୀୟ ଦର୍ଶକ ଷ୍ଟାଡିୟମ୍ରେ ପାକିସ୍ତାନୀ ଫ୍ୟାନ୍ଙ୍କୁ ଟ୍ରୋଲ କରୁଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜଣେ ପାକିସ୍ତାନୀ ଫ୍ୟାନ୍ ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ନିଜର ଦେଶର ଜାତୀୟ ପତାକା ଧରିଥିଲେ। କିନ୍ତୁ ଓଲଟା ପତାକା ଧରିଥିବା କାରଣରୁ ଜଣେ ଭାରତୀୟ ଦର୍ଶକ ତାଙ୍କୁ ବାରମ୍ବାର କରୁଥିଲେ ଯେ, ଭୁଲରେ ପତାକା ଧରିଛନ୍ତି। ଭିଡ ଓ ଗହଳି କାରଣରୁ ସେ ଶୁଣି ପାରିନଥିଲେ, କିନ୍ତୁ ବାରମ୍ବାର କହିବା ପରେ ସେ ବୁଝିପାରିଥିଲେ। ଏବଂ ପତକାକୁ ସିଧା ଧରିଥିଲେ।
ଯେତେବେଳେ ପାକିସ୍ତାନର ଫ୍ୟାନ୍ ନିଜର ପତାକା ସିଧା କରିଥିଲେ, ସେତେବେଳେ ଭାରତୀୟ ପ୍ରଶଂସକମାନେ ହସିବା ଆରମ୍ଭ କରିଦେଇଥିଲେ। ଏହାପରେ କହିଥିଲେ-ୟାଙ୍କୁ କାଶ୍ମୀର ଦରକାର। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକମାନେ ପାକିସ୍ତାନୀ ଫ୍ୟାନ୍ ଖୁବ୍ ମଜା ଉଡାଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ଲେଖିଛନ୍ତି, ଏମିତିବି ପାକିସ୍ତାନର ସ୍ଥିତି ଖୁବ୍ ଖରାପ, ତା ଉପରେ ଏଭଳି ଜିନିଷ ଦେଖିବାକୁ ମିଳିଛି। କିଛି ଲୋକ ପତାକା ଠିକ୍ ଭାବେ ଧରିପାରୁନାହାନ୍ତି। ଆଉ ଏମାନେ ମ୍ୟାଚ୍ କଣ ଜିତିବେ ଏବଂ କଶ୍ମୀର କଣ ହାତେଇବେ ବୋଲି କଟାକ୍ଷ କରି କମେଣ୍ଟ କରିଛନ୍ତି।