ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଭାରତ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧତା ଉପରେ ଦୃଢ ବିଶ୍ୱାସ କରେ

0
(0)

ମଙ୍ଗଳବାର ଦିନ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ଏସସିଓର କାଉନସିଲ୍ ଅଫ୍ ହେଡସ୍ ଅଫ୍ ନେସନ୍ସର 20 ତମ ଶିଖର ସମ୍ମିଳନୀରେ ଭାରତୀୟ ପ୍ରତିନିଧୀ ଦଳର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମିଳିତ ଜାତିସଂଘ ଏହାର 75 ବର୍ଷ ପୂରଣ କରିଛି । କିନ୍ତୁ ଅନେକ ସଫଳତା ସତ୍ତ୍ୱେ ମିଳିତ ଜାତିସଂଘର ମୂଳ ଲକ୍ଷ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ସାରା ବିଶ୍ୱ ବର୍ତ୍ତମାନ ଅର୍ଥନୈତିକ ତଥା ସାମାଜିକ ଦୁଃଖ ଯନ୍ତ୍ରଣା ଭୋଗୁଛି, ଏହି ସମୟରେ ସାରା ବିଶ୍ୱ ଚାହୁଁଛି ଯେ ଜାତିସଂଘ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସୁ ବୋଲି । ସାରା ବିଶ୍ୱକୁ ମହାମାରୀର ଏହି କଠିନ ସମୟରେ, ଭାରତର ଔଷଧ ଶିଳ୍ପ 150 ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ ଭାବରେ ଭାରତ ଏହାର କ୍ଷମତାକୁ ସମଗ୍ର ମାନବଜଗତର ସଙ୍କଟ ମୁକାବିଲା କରିବାରେ ସାହାଯ୍ୟ କରିବ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ଯୋଗ ଦେଇ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଭାବରେ ଅନେକ ଦେଶ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ଏସସିଓର ବୈଠକରେ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । ଏଭଳି ଉଦ୍ୟମ କରୁଥିବା ଦେଶ ସିଧାସଳଖ ଏସସିଓ ଚାର୍ଟର୍ ଏବଂ ସାଂଘାଇର ନିୟମକୁ ଉଲ୍ଲଂଘନ କରୁଛନ୍ତି | ଏହିପରି ପ୍ରୟାସ ସହମତି ଏବଂ ସହଯୋଗର ଭାବନା ବିରୁଦ୍ଧ ଅଟେ ଯାହା ଏସସିଓ ବୈଠକକୁ ଗୁରୁତ୍ୱହୀନ କରି ଦେଉଛି |

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧତା ଉପରେ ଦୃଢ ବିଶ୍ୱାସ କରେ। ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଡ୍ରଗ୍ସ ଏବଂ ଟଙ୍କା ହେରଫେର ବିରୋଧରେ ଆମେ ସର୍ବଦା ସ୍ୱର ଉତ୍ତୋଳନ କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସସିଓ ଚାର୍ଟରରେ ରଖାଯାଇଥିବା ନୀତି ଅନୁଯାୟୀ ଭାରତ ଏସସିଓ ଅଧୀନରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସସିଓ ଦେଶ ସହ ଭାରତର ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ପଡୋଶୀ ଚୀନର ନାମ ନ ନେଇ ସୂଚାଇ ଦେଇଛନ୍ତି ଯେ ଭାରତ ବିଶ୍ୱାସ କରେ ଯେ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇ ଆମେ ଆଗକୁ ବଢିବା ସହ ପରସ୍ପର ସହ ସଂଯୋଗ ବୃଦ୍ଧି କରିବା ଜରୁରୀ ଅଟେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment