ଯାଜପୁରର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ। ଏ ନାମ ହୁଏତ ବହୁତ କମ ଲୋକ ଜାଣିନଥିବେ। କିନ୍ତୁ ମୟୂରଭଞ୍ଜରୁ ମାଲକାନଗିରି ସମସ୍ତେ ଏ ନାମ ସହିତ ପ୍ରାୟ ପରିଚିତ। ଦଳର ସଙ୍ଗଠନ କାମଠୁ ଆରମ୍ଭ କରି ପ୍ରତ୍ୟେକ ବିପଦ ବେଳରେ ସେ ଯେମିତି ଲୋକଙ୍କ ସହ ଠିଆ ହୁଅନ୍ତି ତାହା କାହାକୁ ଅଛପା ନାହିଁ। ଛାତ୍ର ଓ ଯୁବ ସଙ୍ଗଠନକୁ ଲଗାଇ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝନ୍ତି। ବନ୍ୟା ହେଉ ଅବା ବାତ୍ୟା ସବୁ ସମୟରେ ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ କିପରି ଗ୍ରାଉଣ୍ଡରେ ପହଞ୍ଚାଯିବ ସେ କ୍ଷେତ୍ରରେ ବେଶ ସକ୍ରିୟ ବବି। ଘନଘନ ବୈଠକ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରତ୍ୟେକ୍ଷ ଭାବେ ଲୋକଙ୍କ ଦୁଃଖକୁ ବୁଝି ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତି ସେ। ସେଥିପାଇଁ ତ ତାଙ୍କୁ ବିପଦ ବେଳର ବନ୍ଧୁ ବୋଲି ଲୋକେ କହିବା ଆରମ୍ଭ କଲେଣି।
ନବୀନଙ୍କ ସଚ୍ଚା ସିପାହୀ ପ୍ରଣବ
ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ସଚ୍ଚା ସିପାହୀ ଭାବେ କାର୍ଯ୍ୟ କରନ୍ତି ପ୍ରଣବ ପ୍ରକାଶ ଦାସ। ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ବ ଦିଅନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରନ୍ତି ସେ। ବିଜେଡି ଏକ ଦଳ ନୁହେଁ ବରଂ ଏକ ଆନ୍ଦୋଳନ କହି କର୍ମୀ ମହଲରେ ଉତ୍ସାହ ଓ ବିରୋଧୀଙ୍କ ମନରେ ଛନକା ସୃଷ୍ଟି କରୁଥିବା ଛାମୁଆ ସଂଗଠକ ପ୍ରଣବ ।
ସାଙ୍ଗଠନିକ ଦାୟିତ୍ବ ନେଇ ମନ୍ତ୍ରୀ ପଦକୁ ଏଡେଇ ଯାଇଥିବା ପ୍ରଣବ ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ କାମ କିପରି ପହଞ୍ଚିବ ସେନେଇ ସର୍ବଦା ତତ୍ପର ରହିଥାନ୍ତି। ସବୁବେଳେ ସବୁ ସମୟରେ ଲୋକଙ୍କ ସହ ରହି ଲୋକଙ୍କ କାମ କରିବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇଥାନ୍ତି। ଏହାସହ ଯେବେଯେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ କେହି ଅଙ୍ଗୁଳି ନିର୍ଦ୍ଦେଶ କରେ ସେବେସେବେ ଆଗକୁ ଆସି ତାଙ୍କୁ କାଉଣ୍ଟର କରନ୍ତି ପ୍ରଣବ। ଯାହା ତାଙ୍କୁ ଅନ୍ୟଙ୍କ ଠାରୁ ଭିନ୍ନ କରେ।
ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବା ଲାଗି ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ନବୀନଙ୍କ ନିର୍ଦ୍ଦେଶରେ କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ରଙ୍କ ସହ ଆଲୋଚନ କରିବା ହେଉ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର ସବୁଥିରେ ବିଜେଡ଼ି ପାଇଁ ସମର୍ପିତ, ଉତ୍ସର୍ଗୀକୃତ ନେତା ଭାବେ ନିଜକୁ ପ୍ରତିପାଦିତ , ପ୍ରମାଣିତ କରିବାରେ ଚେଷ୍ଟାରତ ସେ ।
ତାଙ୍କ ନେତୃତ୍ୱରେ ବିରୋଧୀ ଦଳର ଅନେକ ତୁଙ୍ଗ, ବରିଷ୍ଠ ନେତା ଦଳ ଛାଡି଼ ବିଜେଡି଼ରେ ମିଶାଇବାରେ ପ୍ରଣବ ସାଜିଥାନ୍ତି ମୁଖ୍ୟ ପୁରୋଧା । ସଂଗଠନ ସଜାଡି଼ବା ଠାରୁ ଆରମ୍ଭ କରି ଦଳକୁ ସୁଦୃଢ଼ କରିବାରେ ସିଦ୍ଧହସ୍ତ ତଥା ସିଏମ ନବୀନଙ୍କ ପ୍ରିୟନେତା ହେବାରେ
ସମସ୍ତଙ୍କ ସୁଖ ଦୁଃଖର ସାଥୀ ପ୍ରଣବ
ଖାଲି ସାଧାରଣ ଜନତା କିମ୍ବା ନିଜ ଦଳର ନେତା ଓ କର୍ମୀଙ୍କ ନୁହେଁ ବରଂ ବିରୋଧୀ ଦଳ ନେତାଙ୍କ ସୁଖଦୁଃଖରେ ମଧ୍ୟରେ ଠିଆ ହୁଅନ୍ତି ପ୍ରଣବ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସ୍ବର୍ଗତଃ ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ସେ ଏହାକୁ ପ୍ରମାଣିତ କରନ୍ତି।