ରାଜ୍ୟ

ରାତି ପାହିଲେ ରଥଯାତ୍ରା । ଶୁକ୍ରବାର ଦିନ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଖଳାକୁ ଆଜ୍ଞାମାଳ ବିଜେ ହେବା ପରେ ତିନୋଟି ଯାକ ରଥ ଏବେ ସିଂହଦ୍ୱାର ମୁହଁରେ ପହଞ୍ଚିଛି । ଦୁଇ ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଯାତ୍ରାରେ ପ୍ରତ୍ୟେକ୍ଷ ଭାବରେ ସାମିଲ ହେବେ ଲକ୍ଷାଧିକ ଭକ୍ତ । ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ଓ ପ୍ରଶାସନ ସୁରକ୍ଷିତ ଓ ଶୃଙ୍ଖଳିତ ଭାବରେ ରଥଯାତ୍ରାରେ ସାମିଲ ହେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅଗଣିତ ଭକ୍ତଙ୍କ ପାଇଁ ଏକ ମାଷ୍ଟର ଟ୍ରାଫିକ ବିବରଣୀ ପ୍ରଦାନ କରିଛି ।
ମହାପ୍ରଭୁଙ୍କ ରଥଟାଣିବା ପାଇଁ ଭକ୍ତ ବ୍ୟଗ୍ର ଓ ଉନ୍ନାଦିତ । ବର୍ଷକ ଥରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରସ୍ଥାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ଭକ୍ତଙ୍କ ପାଇଁ ପାର୍କିଂ ଓ ଟ୍ରିଫିକ ବ୍ୟବସ୍ଥା ଉପରେ ସୂଚନା ଏହି ପରି। ଏହାକୁ ଧ୍ୟାନ ରଖି ଆପଣ ରଥଯାତ୍ରାରେ ସାମିଲ ହୁଅନ୍ତୁ ।
ଭୁବନେଶ୍ୱର ପାର୍ଶ୍ୱରୁ ପୁରୀକୁ ଆସୁଥିବା ସମସ୍ତ ଆନ୍ତଃ ରାଜ୍ୟ ପର୍ଯ୍ୟଟନ ବସ୍ କୁ ମାଳତିପାଟପୁର ପର୍ଯ୍ୟନ୍ତ ଅନୁମତି ଦିଆଯିବ ଓ ମାଳତିପାଟପୁର ନୂଆ ବସ୍ ଷ୍ଟାଣ୍ଡରେ ପାର୍କ କରିବ । ସମାନ ମାର୍ଗରେ ମଧ୍ୟ ବସ୍ ଫେରିବ ।
ତିନି ଓ ଚାରି ଚକିଆ ଯାନ ସମେତ ସମସ୍ତ ହାଲୁକା ଯାନକୁ ମାଳତିପାଟପୁର, ROB, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ୍ ଓ ଭୁଦାନ ଦେଇ ତାଲାବାନିଆରେ ପାର୍କିଂ ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
ପାସ୍ ଥିବା ଯାନ ଗୁଡିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବ ଓ ଭୁବନେଶ୍ୱରକୁ ଫେରିବା ସମୟରେ ସମାନ ମାର୍ଗରେ ଆସିବ ।
ଭୁବନେଶ୍ୱରରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଶାଣୀ ଚଣ୍ଡୀ ଠାରେ ପାର୍କିଂ କରିବେ ।
ସମସ୍ତ ଅଟୋ ରିକ୍ସା ତାଳବଣିଆରୁ ରାମ ମନ୍ଦିର ଛକକୁ ଯିବ । ପ୍ରତ୍ୟାବର୍ତ୍ତନ ଶ୍ରୀକେନ୍ଦ୍ର କଲୋନୀ ରାସ୍ତା ଦେଇ ହେବ ।
କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ସିଟି ରୋଡ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ଓ ନିଳାଚଳ ଅଶୋକରେ ପାର୍କିଂ କରିବେ।