କାହିଁକି ଅଲଟମ୍ୟାନଙ୍କୁ କଲାଗଲା ବହିଷ୍କୃତ ?

0
(0)

ଓପନ ଏଆଇ ସିଇଓ ସାମ ଅଲଟମ୍ୟାନ ବହିଷ୍କୃତ । ବିଶ୍ବସନୀୟତା ଅଭାବରୁ ତାଙ୍କୁ ସିଇଓ ପଦରୁ ହଟାଯାଇଛି ବୋଲି କହିଛି ଓପନ ଏଆଇ । ପ୍ରାୟ ବର୍ଷକ ତଳେ ଚାଟଜିପିଟି ସୃଷ୍ଟି କରିଥିବା ଓପନ ଏଆଇର ଏହି ନିଷ୍ପତ୍ତି କର୍ପୋରେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚାଟଜିପିଟି ରିଲିଜ ହେବା ପରେ ୩୮ ବର୍ଷ ବୟସ୍କ ଅଲଟମ୍ୟାନ ସାରା ବିଶ୍ବର ଆଇଟି ଜଗତର ନଜରକୁ ଆସିଥିଲେ । ନୂଆ ସିଇଓ ଭାବେ ମୀରା ମୁରାତିଙ୍କୁ ଦାୟିତ୍ବ ଦିଆଯାଇଛି ।  ଓପନ ଏଆଇ ବୋର୍ଡ ପକ୍ଷରୁ କୁହାଯାଇଛି- କମ୍ପାନି ବୋର୍ଡ ଅଲଟମ୍ୟାନଙ୍କ ସକ୍ଷମତା ଓ ଦାୟିତ୍ବବୋଧର ପରିଚାଳନା ନେଇ ସନ୍ଦେହ ବ୍ୟକ୍ତ କରିଥିଲା । ତାଙ୍କର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ବୋର୍ଡ ସସପେନସରେ ରହିଥିଲା । ଓପନ ଏଆଇ ସଂସ୍ଥାର ନେତୃତ୍ବ ନେବାକୁ ଅଲଟମ୍ୟାନ ଅକ୍ଷମ ଥିବା ବୋର୍ଡ ବିଚାର କରିଥିଲା । ଚାଟ ଜିପିଟି ଲଞ୍ଚ ହେବା ପରେ ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବିପ୍ଳବ ସୃଷ୍ଟି ହୋଇଥିଲା । ଆମାଜନ, ଗୁଗୁଲ, ମାଇକ୍ରୋସଫଟ ଓ ମେଟା ମଧ୍ୟ ପ୍ରତିଦ୍ବନ୍ଦ୍ବିତା ନେଇ ସମସ୍ୟାରେ ପଡିଥିଲେ । ବିଭିନ୍ନ ବ୍ୟାକରଣଗତ କିମ୍ବା ବିଷୟଗତ ତ୍ରୁଟିକୁ ମାର୍ଜନା କରିବା କ୍ଷେତ୍ରରେ ଚାଟ ଜିପିଟି ପ୍ରମୁଖ ଭୂମିକା ନେଇଥାଏ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment