ଅର୍ନ୍ତଜାତୀୟ

ଝିଅର ସମସ୍ୟା ପାଇଁ ୪୯ ବର୍ଷରେ ମାଆ ହୋଇଛନ୍ତି ଜଣେ ମହିଳା। ଝିଅର ଛୁଆକୁ ନିଜ ଗର୍ଭରେ ଧାୁରଣ କରି ସୃଷ୍ଟି କରିଛନ୍ତି ଉଦାହରଣ। ଘଟଣାଟି ଆମେରିକାର।
ଏଠାକାର ଜଣେ ୨୫ ବର୍ଷୀୟା ଯୁବତୀ ମାଆ ହେବାକୁ ଚାହିଁ ମଧ୍ୟ ତାଙ୍କ ଗର୍ଭାଶୟରେ ଥିବା ସମସ୍ୟା ହେତୁ ମାଆ ହୋଇ ପାରୁନଥିଲେ। ଏଥିପାଇଁ ସେ ଖୁବ୍ ଚିନ୍ତିତ ଥିଲେ। ଏସବୁ ଦେଖି ମାଆ ଚାହିଁଲେ ଝିଅକୁ ସାହାଯ୍ୟ କରିବେ। ଶେଷର ସେ ଝିଅର ଖୁସି ପାଇଁ ଝିଅର ସନ୍ତାନକୁ ନିଜ ଗର୍ଭରେ ରଖିବାର ନିଷ୍ପତ୍ତି ନେଲେ।
ମହିଳାଙ୍କର ଏହି ନିଷ୍ପତ୍ତି ଏବେ ସଫଳ ହୋଇଛି। ମହିଳା ଜଣକ ଏକ ସୁନ୍ଦର ଓ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ମହିଳା ଜନ୍ମ ଦେଇଥିବା ଶିଶୁଟି ତାଙ୍କ ଝିଅ ଓ ଜ୍ବାଇଁଙ୍କର। ସେ ଖାଲି ପିଲାଟିକୁ ନିଜ ଗର୍ଭରେ ଧାରଣ କରିଥିଲେ। ସରୋଗେସି ଜରିଆରେ ପିଲା ଜନ୍ମ ହୋଇଛି। ପିଲା ଜନ୍ମ ହେଉନଥିଲା ବୋଲି ଝିଅ ବେଶ୍ ଦୁଃଖିତ ଥିଲେ। ଆଉ ମାଆ ହୋଇ ସେ ଝିଅର ଦୁଃଖ କେମିତି ଦେଖି ରହିପାରିଥାନ୍ତା ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ୪୯ ବର୍ଷୀୟ ଏହି ମହିଳା।