ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡି ରେ ଭର୍ଚୁଆଲ୍‌ ଟୁର୍‌

0
(0)

ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ଫଳରେ ଦର୍ଶକମାନେ ପ୍ରତ୍ୟେକ ରବିବାର ଦିନ ଏହି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍‌ କରିପାରିବେ । ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡି ମାଧ୍ୟମରେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌@ଟcଟଟ୍ଟrଟ୍ଟi ଓ @ଟଟ୍ଟଟcଛeଠ ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡଃ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ସଂଗ୍ରହାଳୟର ମୁଖ୍ୟ ଭବନରେ ପାଞ୍ଚଗୋଟି ଗ୍ୟାଲେରୀ ରହିଛି । ଏହି ପାଞ୍ଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନିନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି । ବିଭିନ୍ନ ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି । ପ୍ରଥମ ଗ୍ୟାଲେରୀରେ ଜନଜାତି ଅଳଙ୍କାର ଇତ୍ୟାଦି, ଦ୍ୱିତୀୟ ଗ୍ୟାଲେରୀରେ ଜନଜାତି ବୟନ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରୀରେ ଶୀକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରୀରେ ନିତ୍ୟବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଞ୍ଚମ ଗ୍ୟାଲେରୀରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ସଂଗ୍ରହାଳୟର ମୁଖ୍ୟ ଭବନର କେନ୍ଦ୍ରରେ ରହିଥିବା ଅଗଣାରେ ଜନଜାତି ପୂଜାପୀଠ ରହିଛି । ସେଠାରେ ୧୪ଟି ଜନଜାତି ସମ୍ପ୍ରଦାୟର ପୂଜାପୀଠ, ଦେବାଦେବୀଙ୍କର ଉପାସନା ପୀଠ ନିର୍ମାଣ କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment