ଆସନ୍ତାକାଲି ଚାଷୀଙ୍କ ଆମରଣ ଅନଶନ କୁ ଦୃଷ୍ଟିରେ ରଖି ସୀମାରେ ବଢିଲା ସୁରକ୍ଷା

0
(0)

ନୂଆଦିଲ୍ଲୀ :ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଚାଲିଥିବା କୃଷକ ଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଏହାସହିତ ଆସନ୍ତାକାଲି ଆମରଣ ଅନଶନ କରିବାକୁ ସଜବାଜ ହେଉଛନ୍ତି ।

କୃଷକଙ୍କ ମେଳିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତା ଉପରେ ଧ୍ୟାନ ରଖାଯାଇଛି । ହରିୟାଣା-ଦିଲ୍ଲୀର ଗାଜିପୁର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ତେବେ କୃଷକ ଆନ୍ଦୋଳନ ଭିତରେ ଗତ ୧୨ ଦିନ ଧରି ବନ୍ଦ ରହିଥିବା ଦିଲ୍ଲୀ-ନୋଏଡ଼ା ଚିଲ୍ଲା ବର୍ଡରକୁ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment