ସର୍ବାଧିକ ଲୋକପ୍ରିୟ ସୋସିଆଲ ମେସେଜିଂ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ ଲିଷ୍ଟରେ ବିଜେଡ଼ି ଦଳୀୟ ଚିହ୍ନ । ଟ୍ବିଟରରେ ଟ୍ରେଣ୍ଡକରୁଛି ‘ଶଙ୍ଖ ମୋ ଗର୍ବ’। ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକଙ୍କ ଏହି ପୋଷ୍ କାରଣୁ ଏବେ ଟ୍ରେଣ୍ଡରେ #ShankhaMoGarba ।
ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହି ପରୀପ୍ରେକ୍ଷୀରେ ଏବେ ଠାରୁ ଦଳର ସାମାଜିକ ଗଣମାଧ୍ୟମରେ ଏକ ଅଭିନବ ପ୍ରଚାର ଆରମ୍ଭ ହେବା କଥା କହିଛନ୍ତି ରାଜନୀତି ପଣ୍ଡିତ । ଦଳର ଅନେକ ନେତା, ମନ୍ତ୍ରୀ ଭିଡି଼ଓ ବାର୍ତ୍ତା ଜରିଆରେ ଏବେ ଶଙ୍ଖ ମୋ ଗର୍ବ ସ୍ଲୋଗାନକୁ ଅପଲୋଡ଼ କରିବାରେ ଲାଗିଛନ୍ତି।
ରାଜ୍ୟରେ ବିଗତ ୨୨ ବର୍ଷ ଧରି ନିରଙ୍କୁଶ ଭାବେ କ୍ଷମତାସୀନ ବିଜେଡି ଏକ ସର୍ବାଦୃତ ଓ ଓଡ଼ିଶା ଜନମାନସରେ ସର୍ବପ୍ରିୟ ଦଳ ଭାବେ ଉଭା ହୋଇଛି। ବିଜେଡି ସୁପ୍ରୋମି ନବୀନଙ୍କ ଲୋକପ୍ରିୟ ଯୋଜନା, ରାଜ୍ୟରେ ସୁଶାସନ, ଜନକଲ୍ୟାଣ କାର୍ଯ୍ୟରେ ସର୍ବାଗ୍ରତା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଓ ଭିତ୍ତିଭୂମିର ସୁଦୃଢତା, ଜନକଲ୍ୟାଣ ଯୋଜନା, ଚାଷୀ, ଦଳିତ, ଗରିବ, ମହିଳା, କୃଷକଙ୍କ ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ଏହାର ସଫଳତାର ମୂଳମନ୍ତ୍ର ସାଜିଛି।