, ,

ସୁବ୍ରତ ରାୟଙ୍କ ପରଲୋକ

0
(0)

ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ। ତାଙ୍କୁ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ୍‌ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। ସାହାରା ଇଣ୍ଡିଆ ପରିବାର ପକ୍ଷରୁ କୁହାଯାଇଛି,‘ସାହାରାଶ୍ରୀ’ ସୁବ୍ରତ ରାୟ ଆଉ ନାହାଁନ୍ତି।

ଭାରତୀୟ ବ୍ୟବସାୟିକ କ୍ଷେତ୍ରରେ ଶ୍ରୀ ରାୟ ଜଣେ ଜଣାଶୁଣା ବ୍ୟକ୍ତି୍ତ୍ବର ଅଧିକାରୀ ଥିଲେ। ୧୯୪୮ ମସିହାରେ ଜନ୍ମଲାଭ କରିଥିବା ଶ୍ରୀ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ ଅର୍ଥ, ରିଅଲ ଇଷ୍ଟେଟ୍‌, ମିଡିଆ ଏବଂ ଆତିେଥୟତା କ୍ଷେତ୍ରରେ ଦବ୍‌ଦବା ଜାହିର କରିଥିଲା। ନିବେଶକଙ୍କୁ ଅର୍ଥ ଫେରସ୍ତ ମାମଲାରେ ଶ୍ରୀ ରାୟଙ୍କର ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ସହ ଦୀର୍ଘ ଦିନ ଧରି ବିବାଦ ଚାଲିଛି। ଏପରିକି ଏହି ମାମଲାରେ ତାଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସାହାରା ଗ୍ରୁପର ଦେଶବ୍ୟାପୀ ୯ କୋଟିରୁ ଅଧିକ ନିବେଶକ ରହିଛନ୍ତି। ଏକ ସମୟରେ ଭାରତୀୟ ରେଳବାଇ ପରେ ସାହାରା ଗ୍ରୁପ ଦେଶର ଦ୍ବିତୀୟ ବୃହତ୍‌ ନିଯୁକ୍ତିଦାତା ପାଲଟିଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment