ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ଉତକ୍ଷେପଣ

0
(0)

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା ।

ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିଲା । ଏଥର ମାଣିକ୍‌ ଟର୍ବୋଫ୍ୟାନ୍‌ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହାଦ୍ୱାରା ମିସାଇଲ ଅଧିକ ବେଗ ପାଇବା ସହିତ କମ୍ ଶବ୍ଦ କରିବ ।

ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ । ଏହାର ଲମ୍ବ ୬ ମିଟର ଏବଂ ଓସାର ୦.୫୨ ମିଟର । ଏହାର ଡ଼େଣାର ଲମ୍ବ ୨.୭ ମିଟର । ୨ଶହରୁ ୩ଶହ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରହିଛି ନିର୍ଭୟ ମିସାଇଲ୍ । ୭୫୦ରୁ ୧୦୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment