ଲୋକଙ୍କ ମନ ଓ ହୃଦୟ ଜିତିପାରିଥିବା, ଜଣେ ଜନପ୍ରିୟ ନେତା ଭାବରେ ଜିଲ୍ଲାରେ ନିଜର ଅମାୟିକ ବ୍ୟକ୍ତିତ୍ୱ ଓ ସରଳତା ପାଇଁ ବିଧାୟକ ସୁଧୀର ସାମଲ ପରିଚିତ । ନାମ ଯେମିତି ସ୍ୱାଭବ ସେମିତି । ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି, ଅନ୍ୟାୟ ଅନୀତିକୁ ପ୍ରଶୟ ନଦେବା, ସରକାରୀ ଯୋଜନାକୁ ଫଳପଦ୍ର ଓ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ଭଳି ଗୁରୁଦାୟିତ୍ୱକୁ ସାମ୍ପାଦିତ କରିଥାନ୍ତି ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲ ତଥା ପ୍ରିୟ ପରିଚିତ ନିଧି ସାମଲ । ଜଣେ ନିସ୍ୱାର୍ଥପର ସେବକ ଭାବେ ଲୋକଙ୍କ ସେବା କରିବାକୁ ମହତ୍ତ୍ୱ ଦେଉଥିବା ନେତା ସୁଧୀର ସାମଲ । ତାଙ୍କ ରାଜନୈତିକ ଜୀବନ ଥିଲା ବେଶ୍ ରୋଚକ । ସଫଳତା ଓ ବିଫଳତାର ସ୍ୱାଦ ଚାଖି ଜଣେ ଜନସାଧାରଣ ପ୍ରିୟ ଓ ଆଦରଣୀୟ ବିଧାୟକ ଓ ନେତା ତଥା ବ୍ୟକ୍ତିବିଶେଷ କ୍ଷେତ୍ରରେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ।
ପରିବାର ଲୋକଙ୍କ ଅଜ୍ଞାତରେ ବିଧାୟକ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ପରିବାର ସହଯୋଗରେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ। କିନ୍ତୁ ପ୍ରଥମ ଥର ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା। ସ୍ୱାଧୀନ ଭାବେ ଲଢିବି ବହୁତ କମ ଭୋଟ ବ୍ୟବଧାନରେ ବିଧାୟକ ହେବାରୁ ବଞ୍ଚିତ ହେଲେ। ହେଲେ ଦ୍ବିତୀୟ ଥର କଂଗ୍ରେସରୁ ଲଢି ବାଜିମାତ କଲେ ସୁଧୀର କୁମାର ସାମଲ ଓରଫ ନିଧି ସାମଲ।
ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୪ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁଧୀର ସାମଲ। ୨୦୦୦ ମସିହାରେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ ବି ପରାଜୟବରଣ କରିଥିଲେ। କିନ୍ତୁ ଲୋକଙ୍କ ସହ ଯୋଡିହୋଇ ରହିବା ହିଁ ତାଙ୍କୁ ଦ୍ବିତୀୟ ଥରରେ ସୁଯୋଗ ଦେଇଥିଲା। ୨୦୦୪ କଂଗ୍ରେସ ଟିକେଟରୁ ସେ ବିଜୟୀ ହୋଇଥିଲେ। ହେଲେ ୨୦୦୯ ମସିହାରେ ପୁଣି ଥରେ ପରାଜୟ ଲାଭ କରିଥିଲେ ସୁଧୀର ସାମଲ।
ପରେ ୨୦୧୪ରେ ଢେଙ୍କାନାଳ ଲୋକସଭାରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ସେଠାରୁ ହାରିଯାଇଥିଲେ। ପରେ ୨୦୧୭ ମସିହାରେ ବିଜେଡିରେ ଯୋଗଦେଇଥିଲେ ସୁଧୀର। ୨୦୧୯ରେ ବିଜେଡି ତାଙ୍କୁ ଭରସା କରି ଢେଙ୍କାନାଳରୁ ଟିକେଟ ଦେଇଥିଲା। 21ହଜାର ଭୋଟରେ ହରାଇଲେ ବିପକ୍ଷଙ୍କୁ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ବିଜେଡି-ବିଜେପି ମେଣ୍ଟ ପାଇଁ ବିଜେଡ଼ି ଟିକେଟ ପାଇ ନଥିଲେ ସୁଧୀର !
୨୦୦୦ ମସିହାରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ହାରିବା ପରେ ବିଜେଡିକୁ ଢଳିଥିଲେ ସୁଧୀର। ଦଳରେ ମିଶି କାର୍ଯ୍ୟ ମଧ୍ୟ କରିଥିଲେ। କିନ୍ତୁ ୨୦୦୪ ମସିହାରେ ବିଜେଡି-ବିଜେପି ମେଣ୍ଟ ପାଇଁ ଢେଙ୍କାନାଳ ଆସନ ବିଜେପି ହାତକୁ ଯାଇଥିଲା। ଫଳରେ ସେ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ୨୦୦୪ ମସିହାରେ କଂଗ୍ରେସ ଟିକେଟରୁ ଜିତି ବିଧାୟକ ହୋଇଥିଲେ।
ଢେଙ୍କାନାଳ ସହରରେ ନିଧି ମାମୁଁ ଭାବେ ବେଶ ପରିଚିତ ସୁଧୀର ସାମଲ..
ଢେଙ୍କାନାଳ ସହରରେ ସୁଧୀର ସାମଲ ନିଧି ମାମୁଁ ଭାବେ ବେଶ ପରିଚିତ। ସହରରେ ତାଙ୍କର ଦୁଇ ଭଉଣୀ ବିବାହ କରିଥିବାରୁ ସେଠାରେ ତାଙ୍କୁ ସମସ୍ତେ ନିଧି ମାମୁଁ ବୋଲି ଡାକୁଥିବା କୁହାଯାଏ।