, , , , ,

ମନୋଜ: ମାନବୀୟ ଆବେଗର ଉଦାହରଣ

5
(2)

ସାଧନା ଓ ସିଦ୍ଧି ଦୁଇଟି ଭିନ୍ନ ଶବ୍ଦ । ସାଧନା ଏକ ପ୍ରକ୍ରିୟା ଓ ଏହାର ସକାରାତ୍ମକ ଫଳ ହେଉଛି ସିଦ୍ଧି । ନିଷ୍କାମ ସାଧନା ସଭିଙ୍କ ପକ୍ଷେ ସମ୍ଭବ ନୁହେଁ । ଆମ ସମାଜରେ ବ୍ୟକ୍ତିଗତ ଇଚ୍ଛା ଓ ସ୍ବାର୍ଥକୁ ତ୍ୟାଗ କରି ସମାଜ ପାଇଁ ସମର୍ପିତ ହେବା ବ୍ୟକ୍ତିଙ୍କ ସଂଖ୍ୟା ଖୁବ ନଗଣ୍ୟ । ଏକାଗ୍ର ଚିତ୍ତରେ ସେବାକୁ ଜୀବନର ଧର୍ମ ଭାବେ ଗ୍ରହଣ କରିନେଇ ନିଜକୁ ନିଜ ଜନ୍ମମାଟିର ବିକାଶ ଧାରାରେ ସାମିଲ କରି ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ବିରଳ ଉଦାହରଣ ସାଜିଥିବା ବ୍ୟକ୍ତି ହେଉଛନ୍ତି ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ।

ଶିକ୍ଷା, ଚିକିତ୍ସା, ଗଣମାଧ୍ୟମ । ଆମ ଆଧୁନିକ ସମାଜରେ ଏ ତିନୋଟି ପ୍ରମୁଖ ସ୍ତମ୍ଭ ହେଲେ ମନୋଜ ହେଉଛନ୍ତି ତାର ସ୍ତମ୍ଭକାର । ଶିକ୍ଷା କ୍ଷେତ୍ରରେ ସଂସ୍କାର, ଚିକିତ୍ସା କ୍ଷେତ୍ରରେ ଚମତ୍କାର ଓ ଗଣମାଧ୍ୟମ କ୍ଷେତ୍ରରେ ବିପ୍ଳବ ଆଣି ଓଡ଼ିଶାର ପ୍ରତିଟି କୋଣରେ ଲୋକଙ୍କ ପାଇଁ ପରିଚିତ ସାଜିଛନ୍ତି ମନୋଜ  । ତାଙ୍କ ଦ୍ବାରା ପ୍ରତିଷ୍ଠିତ ସୋଆ, ସମ ହସପିଟାଲ ଆଜି ଖାଲି ଓଡ଼ିଶାରେ ନୁହେଁ, ବରଂ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି  । ଜଣେ ଅଧ୍ୟାପକ ଭାବେ ଜୀବନ ଆରମ୍ଭ କରିଥିବା ମନୋଜ ନିଜର ପରିଶ୍ରମ, ଅଧ୍ୟାବସାୟ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ମାଧ୍ୟମରେ ଆଜି ସମସ୍ତଙ୍କ ପାଇଁ ଖାଲି ପ୍ରେରଣା ସାଜିନାହାନ୍ତି ବରଂ ଅନେକଙ୍କର ଆଶା ଭରସା ସାଜି ସାହା ବି ହୋଇଛନ୍ତି  । ମନୋଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ଆଜି ରାଜ୍ୟର ଏକ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ପାଇଛି  । ଦେଶର ଟପ୍ ଟ୍ବେଣ୍ଟିରେ ସୋଆ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛି  । ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଭିତ୍ତିଭୂମି, ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ସୋଆକୁ ଦେଶ ବିଦେଶରେ ପରିଚିତ କରିଛି  । ଶିକ୍ଷା କ୍ଷେତ୍ରରେ ସୋଆର ବିପ୍ଳବ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆକୃଷ୍ଟ କରିଛି  । ଯେଉଁଥିପାଇଁ ସୋଆ ପାଲଟିଛି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ  ।

ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ମନୋଜଙ୍କ ଅବଦାନ ଉଲ୍ଲେଖନୀୟ  । ସୋଆ ଅଧୀନରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସପିଟାଲ ଆଜି ରାଜ୍ୟର ଘରେ ଘରେ ପରିଚିତ  । ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀଙ୍କ ପାଇଁ ସମ ପାଲଟିଛି ଭରସାର କେନ୍ଦ୍ରବିନ୍ଦୁ  । ପୂର୍ବ ଭାରତରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବାରେ ସମ ଅନ୍ୟତମ  । ଅତ୍ୟାଧୁନିକ ଭିତ୍ତିଭୂମି, ଅଭିଜ୍ଞ ଡାକ୍ତର, ଉନ୍ନତ ଜ୍ଞାନକୌଶଳ ଅବଲମ୍ବନରେ ସମ ଦେଶବିଦେଶରେ ଜଣାଶୁଣା  । ଯେଉଁଥିପାଇଁ ସମରେ ହିଁ ଅନେକ ବିରଳତମ ଅପରେସନ ସଫଳ ହୋଇଛି  । ଏହାଛଡ଼ା ଆଉଟଡୋରରେ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନକରି ଘରୋଇ ହସପିଟାଲ କ୍ଷେତ୍ରରେ ବିରଳ ଉଦାହରଣ ସାଜିଛନ୍ତି ମନୋଜ  ।

କରୋନାରେ ଯେତେବେଳେ ସାରା ଦେଶ ଜର୍ଜରିତ ହେଉଥିଲା  । ମେଡିକାଲ ଭିତ୍ତିଭୂମି ପାଇଁ ହାହାକାର ପରିସ୍ଥିତି ଉପୁଜିଥିଲା  । ସେତେବେଳେ ମନୋଜଙ୍କ ବଦାନ୍ୟତା ହଜାରହଜାର ରୋଗୀଙ୍କ ଜୀବନ ବଞ୍ଚାଇଥିଲା । କରୋନା ରୋଗୀଙ୍କ ପାଇଁ ସେବାର ନୂଆ ଅଧ୍ୟାୟ ଲେଖିଥିଲେ ମନୋଜ । ସମର ପରିଚାଳନାଗତ ଦକ୍ଷତାକୁ ଦେଖି ରାଜ୍ୟ ସରକାର ମଧ୍ୟ ତାଙ୍କ ଉପରେ ଭରସା କରିଥିଲେ । ସରକାରଙ୍କ ସହଯୋଗରେ ସମ ପକ୍ଷରୁ ୪ଟି କୋଭିଡ ହସପିଟାଲ ଓ ୨ଟି କୋଭିଡ କେୟାର ସେଣ୍ଟର ଖୋଲାଯାଇଥିଲା । ଏହାଛଡ଼ା ଉନ୍ନତ ଚିକିତ୍ସା ସେବା ହଜାର ହଜାର ରୋଗୀଙ୍କ ଜୀବନ ବଞ୍ଚାଇଥିଲା । ଗଣମାଧ୍ୟମ କ୍ଷେତ୍ରରେ ବି ବେଶ୍ ସଫଳ ମନୋଜ । ତାଙ୍କଦ୍ବାରା ଗୋଟିଏ ଇଲୋକ୍ଟ୍ରୋନିକ୍ସ ଓ ଗୋଟିଏ ଛାପା ଗଣମାଧ୍ୟମ ପ୍ରତିଷ୍ଠା ହୋଇଛି  । ଉଭୟ ରାଜ୍ୟବାସୀଙ୍କ ଆପଣାର ହୋଇପାରିଛି  । ଦେଶ, ରାଜ୍ୟ ତଥା ସମାଜ ପାଇଁ ମନୋଜଙ୍କ ଅବଦାନ ଅତୁଳନୀୟ  । ଯେଉଁଥିପାଇଁ ପ୍ରତିଟି ବ୍ୟକ୍ତିଙ୍କ ମନରେ ତାଙ୍କ ପାଇଁ ସମ୍ମାନ ଓ ଭଲପାଇବା ଭରିରହିଛି  ।

 

How useful was this post?

Click on a star to rate it!

Average rating 5 / 5. Vote count: 2

No votes so far! Be the first to rate this post.

Subscribe to our Newsletter

Leave a Comment