ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ସୁରେଶ ମହାପାତ୍ରଙ୍କୁ ମିଳିଲା ନିଯୁକ୍ତି

0
(0)

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ମୁଖ୍ୟ ପରାମର୍ଶଦାତା ଭାବେ ମିଳିଛି ନିଯୁକ୍ତି । ନୂଆ ନିଯୁକ୍ତି ପରେ ଓଇଆରସି ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ସୁରେଶ ମହାପାତ୍ର ।

ତେବେ ଏହି ପଦରୁ ଇସ୍ତଫା ଦେବାର କିଛି ଘଂଟା ଭିତରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଆର୍ ବାଲାକ୍ରିଷ୍ଣନ ପୂର୍ବଭଳି ସୁଖ୍ୟ ସଚିବ ପାହ୍ୟାରେ ସ୍ୱତନ୍ତ୍ର ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ପ୍ରମୁଖ ଉପଦେଷ୍ଟା ଭାବେ ସମସ୍ତ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment