ପିଲାଙ୍କ ସହ ନାଚିଲେ ଶିକ୍ଷୟିତ୍ରୀ

0
(0)

ଦିଲ୍ଲୀର ଜଣେ ଶିକ୍ଷୟିତ୍ରୀ ପିଲାଙ୍କ ସହ ନାଚୁଥିବା ଦେଖାଦେଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ମାନୁ ଗୁଲାଟି। ସେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ର ଇଂରାଜୀ ଶିକ୍ଷୟିତ୍ରୀ। ସେ ନିଜର ନୃତ୍ୟ ଦକ୍ଷତାରେ ପିଲାଙ୍କ ପାଇଁ ଶ୍ରେଣୀ କକ୍ଷକୁ ଟିକେ ରୋମାଞ୍ଚକର କରି ଦେଇଛନ୍ତି।
ମାନୁ ଶିକ୍ଷାର୍ଥୀଙ୍କ ସହ ନାଚୁଥିବାର ଏକ ଭିଡିଓ ଟ୍ବିଟର୍‌ରେ ସେୟାର କରିଛନ୍ତି। ଭିଡିଓରେ ଶିକ୍ଷାର୍ଥୀ ସ୍କୁଲ୍‌ରେ କୁନି ଝିଅଟି ନାଚୁଥିବା ବେଳେ ସେ ତାଙ୍କୁ ଏଥିରେ ସହଯୋଗ କରିବା ଦେଖାଦେଇଛି। ପିଲାଙ୍କ ନୃତ୍ୟ ଷ୍ଟେପ୍‌କୁ ଶିକ୍ଷୟିତ୍ରୀ ଅନୁକରଣ କରୁଥିବା ଦେଖାଦେଇଛି। ଶ୍ରେଣୀ ଗୃହରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରୀମାନେ ତାଳି ମାରି ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରୁଥିବାର ଦେଖାଦେଇଛି।
ଭିଡିଓଟିକୁ ଏପର୍ଯ୍ୟନ୍ତ ୬୦ ହଜାର ଅଧିକ ଲୋକ ଦେଖିସାରିଲେଣି। ଶିକ୍ଷୟିତ୍ରୀଙ୍କର ଛାତ୍ରୀମାନଙ୍କ ସହ ଏପରି ଘନିଷ୍ଠିତାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment