ରାଜ୍ୟ
June 28, 2022
74

ପୁଣି ଆଠଗଡ଼ ବନଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ହାତୀର କଙ୍କାଳ ମିଳିଛି । ଏବେ ହାତୀ ମୃତ୍ୟୁର ଉପତ୍ୟକା ପାଲଟିଛି ଆଠଗଡ଼ ବନଖଣ୍ଡ ।
ପ୍ରଥମେ ନରସିଂହପୁର ବନାଂଚଳରୁ ହାତୀ କଙ୍କାଳ ମିଳିବା ପରେ ବଡ଼ମ୍ବା ବନାଂଚଳରେ ୩ଟି ହାତୀ କଙ୍କାଳ ମିଳିବା ପରେ ଆଜି ଆଉ ଏକ କଙ୍କାଳ ମିଳିଛି ।
କଙ୍କାଳ ଜବତ ହୋଇଥିବା ସମସ୍ତ ହାତୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ । ଆଉ ସେମାନଙ୍କ ମୃତ୍ୟୁ ୨ରୁ ୩ ବର୍ଷ ତଳେ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।
ସେତେବେଳେ ଯିଏ ଆଠଗଡ଼ ବନଖଣ୍ଡ ଅଧିକାରୀ ଥିଲେ, ତାଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।