ଆସନ୍ତା ଡ଼ିସେମ୍ବର ୧ ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ

0
(0)

ଆସନ୍ତା ଡ଼ିସେମ୍ବର ୧ ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ ।ଏହି ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନରେ ଗୃହରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ଏହି ଅଧିବେଶନ ଡ଼ିସେମ୍ବର ୧ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ଓ ୫ଟି ଛୁଟି ଦିବସ ରହିଛି ।

ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର ୧୦ ତାରିଖରେ ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ଆସିବ।ଡିସେମ୍ବର ୧୧ ରୁ ୩୧ ତାରିଖରେ ଗୃହର ଅଧିବେଶନରେ ବିଭିନ୍ନ କାର୍ଯ୍ୟ କରାଯିବା ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯିବ ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ଏହି ଅଧିବେଶନ ବସୁଥିବାରୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment