ଅର୍ନ୍ତଜାତୀୟ

ୟୁକ୍ରେନ୍ର ସେଭେରୋଡୋନେସ୍କ ସହରକୁ କବ୍ଜା କରିବା ଲାଗି ଜୋରଦାର ଚେଷ୍ଟା ଚଳାଇଛି ରୁଷ ସେନା । ଏଥିପାଇଁ ଜୋରଦାର ଆକ୍ରମଣ କରାଯାଉଛି । ଏମିତି କି ଲୋକଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳୁନାହିଁ । ଫଳରେ ଏଠାରେ ଏବେ ପାଖାପାଖି ୧୦,୦୦୦ ଲୋକ ଫସିରହିଛନ୍ତି । ସହର ମଧ୍ୟକୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ବି ଆସିପାରୁ ନାହିଁ । ଏଭଳି ସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବା ମଧ୍ୟ ମୁସ୍କିଲ ବ୍ୟାପାର ପାଲଟିଥିବା ମେୟର ଓଲେକ୍ଜାଣ୍ଡର ଷ୍ଟ୍ରାୟକ୍ ଗୁରୁବାର କହିଛନ୍ତି ।
ମେୟର କହିଛନ୍ତି, ପୁଟିନ୍ ସେନା ଜୋରଦାର ବୋମା ଓ ମିସାଇଲ ମାଡ଼ କରୁଥିଲେ ହେଁ ଘରୋଇ ସେନା ହାର୍ ମାନିନାହାନ୍ତି । ପାରୁପର୍ଯ୍ୟନ୍ତ ସେମାନଙ୍କୁ ରୋକିବା ଲାଗି ଜବାବୀ ହମ୍ଲା କରାଯାଉଛି । କିନ୍ତୁ ସେଭେରୋଡୋନେସ୍କରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି। ଯୁଦ୍ଧରେ ବିରାମ ଲାଗୁ ନ ଥିବାରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ପାରିବ ।