, ,

ବିଶ୍ବକପରେ ନୂଆ ରେକର୍ଡ

0
(0)

() ୨୦୨୩ କ୍ରିକେଟ ବିଶ୍ବକପରେ ଆଜି ଦୁଇ ଦୁଇଟି ନୂଆ ରେକର୍ଡ । ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର କଲା ଦକ୍ଷିଣ ଆଫ୍ରିକା । ଆଜି ଖେଳାଯାଉଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ରେକର୍ଡ ୪୨୮ ରନ ସ୍କୋର କରିଛି । ଯାହାକି ଦିନିକିଆର ସର୍ବାଧିକ ସ୍କୋର । ଶ୍ରୀଲଙ୍କା ବିରୋଧରେ ୫୦ ଓଭରରେ ଏହି ରେକର୍ଡ ସ୍କୋର କରିଛି ଦକ୍ଷିଣ ଆଫ୍ରିକା । ସେହିପରି ଦ୍ବିତୀୟ. ରେକର୍ଡ ହେଉଛି ଦିନିକିଆରେ ଦ୍ରୁତତମ ଶତକ ହାସଲ । ଦକ୍ଷିଣ ଆଫ୍ରିକାର ବ୍ୟାଟସ୍ସମ୍ୟାନ୍ ଏଡେନ୍ ମାର୍କରାମ ୪୯ଟି ବଲରେ ଦ୍ରୁତତମ ଶତକ ହାସଲ କରିଛନ୍ତି ।

ସେ ଆଜିର ମ୍ୟାଚରେ ମୋଟ ୫୪ ବଲରୁ ୧୦୬ ରନ କରିଥିଲେ । ପୂର୍ବରୁ ଏହି ରେକର୍ଡ ବ୍ୟାଟ୍ସମ୍ୟାନ କେଭିନ ଓବ୍ରାୟନଙ୍କ ନାଁରେ ଥିଲା । ଆର୍ୟାଲାଣ୍ଡର କେଭିନ ଓ ବ୍ରାୟନ ୨୦୧୫ରେ ଇଂଲଣ୍ଡ ବିରୋଧରେ ଦ୍ରୁତତମ ଶତକ ହାସଲ କରିଥିଲେ । ସେ ୫୦ଟି ବଲରେ ଶତକ ହାସଲ କରିଥିଲେ । ସେହିପରି ଆଜିର ବିଶ୍ବକପ ଦିନିକିଆ ମ୍ୟାଚରେ ଗୋଟିଏ ଦଳର ତିନି ତିନିଟି ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଛନ୍ତି । କ୍ବିଣ୍ଟନ ଡିକକ୍, ଭ୍ୟାନଡର ଡୁସେନ ଏବଂ ମାର୍କରାମ ଶତକ ହାସଲ କରିଛନ୍ତି । ଭାରତ ବିରୋଧରେ ଦକ୍ଷିଣ ଆଫ୍ରିକାର ୩ ଖେଳାଳି ପୂର୍ବରୁ ୨୦୧୫ର ଏକ ମ୍ୟାଚରେ ୩ଟି ଶତକ ହାସଲ କରିଥିଲେ । ସେତେବେଳେ ଦକ୍ଷିଣ ଆଫ୍ରିକା ଦଳରେ ଡିକକ୍ ଖେଳୁଥିଲେ ।…

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment