ଅଜବ ମହିଳା,୬ ବର୍ଷ ହେଲା ଚାଖୀ ନାହାନ୍ତି କୌଣସି ପ୍ରକାର ଖାଦ୍ୟ
ଅଜବ ମହିଳା । ୬ ବର୍ସ ହେଲା ଚାଖି ନାହାନ୍ତି କୌଣସି ପ୍ରକାର ଖାଦ୍ୟ । ମହିଳା ଜଣଙ୍କ ହେଲେ ୟୁକେର ଲୋରେଟା ହରମେଶ । ଶେଷ ଥର ପାଈଁ ସେ ଖାଇଥିଲେ ରଷ୍ଟେଡ଼ ପଟାଟୋ । ତେବେ ସେ ନ ଖାଇବା ପଛର ମଧ୍ୟ ଅଛି ବଡ଼ କାରଣ । ସେ ଏଲହେର୍ସ ଡାନଲସ ସିଣ୍ଡ୍ରୋମ ରୋଗରେ ପୀଡିତ । ଏହା ତାଙ୍କ ପକସ୍ଥଳୀକୁ ପାରାଲେସିସି କରି ଦେଇଛି । ତେଣୁ ତାଙ୍କୁ ଖାଇବାରେ ହୁଏ ବହୁତ କଷ୍ଟ । ହେଲେ ଏହି ରୋଗ ତାଙ୍କୁ ରୋଷେଇ କରିବାରୁ ଅଟକେଇ ପାରିନାହିଁ
ନିଜେ ନ ଖାଇଥିଲେ ବି ସେ ଜାରି ରଖିଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ ବନାଇବା । ଏହାକୁ ମଧ୍ୟ ସେ ସୋସିଆଲ ମିଡିଆରେ ନିୟମିତ କରିଥାନ୍ତି ସେୟାର । ୨୦୧୬ରେ ସେ ନିଜର ରୋଗ ବାବଦରେ ଜାଣି ପାରିଟିଲେ । ଏହି ରୋଗ ବହୁତ ବିରଳ । ସେବେଠୁ କେବେ ହେଲେ କଠିନ ଖାଦ୍ୟ ନା ତରଳ ଖାଦ୍ୟ କିଛି ବି ଖାଇ ପାରୁ ନାହାନନ୍ତି । ପାଇପ୍ ଯୋଗେ ତାଙ୍କୁ ଦିଆଯାଉଛି ଖାଦ୍ୟା
ତେବେ ପିଲାଦିନୁ ମଧ୍ୟ ସେ ଗୁରୁତର ରୋଗ ସହ କରିଥିଲେ ଲଢେଇ । ମାତ୍ର ୧୫ ବର୍ଷର ହୋଇଥିବା ବେଳେ ତାଙ୍କ ହୋଇଥିଲା ଆନରେଗଜିଆ । ପଚନ କ୍ରିୟାରେ ଦେଖା ଦେଇଥିଲା ସମସ୍ୟା । ୧୯ ବର୍ଷର ହେଲା ବେଳେକୁ ଏହା ଆହୁରି ହୋଇଥିଲା ଗମ୍ଭୀର । ଏପରିକି ଟଏଲେଟରେ ମଧ୍ୟ ହୋଇଥଲା ସମସ୍ୟା ।ସେବେଠୁ ୪ ବର୍ଷ ତାଙ୍କ ପାଇଁ କେଉଁ ଦୁସ୍ବପ୍ନ ଠୁ ନଥିଲା କମ । ତାଙ୍କ ଓଜନ ୨୫ କେଜି ତଳକୁ ଆସି ଯାଇଥିଲା ।